ବାରିପଦା : ବିବାହ ବନ୍ଧନ ପରି ଏମିତି ଏକ ସ୍ୱର୍ଗୀୟ ବନ୍ଧନରେ ଲାଗିଛି ରକ୍ତ ଛିଟା । ମାତ୍ର ୫ବର୍ଷ ତଳେ ପ୍ରେମ ସଂପର୍କରୁ ବିହାହରେ ରୂପାନ୍ତରିତ ହୋଇଥିବା ଏକ ସଂପର୍କ ସବୁଦିନ ପାଇଁ ଭାଙ୍ଗି ଯାଇଛି । କେବଳ ଭାଙ୍ଗିନି ବରଂ ସଂପର୍କରେ ତିକ୍ତତା କାରଣରୁ ଜଣକର ଜୀବନ ମଧ୍ୟ ଚାଲିଯାଇଛି । ମୁତକ ଜଣକ ହେଲେ ୨୮ ବର୍ଷୀୟା ପିଙ୍କି ବେହେରା । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ଭୁଗୁଡାକଟା ଅଚଂଳରେ । ଶେଷରେ ସ୍ୱାମୀ ସହିତ ଶାଶୁଘର ଲୋକେ ଯୋଜନାବଦ୍ଧ ଭାବେ ବହୁ ପିଙ୍କିକୁ ମାରିଦେଇଥିବା ନେଇ ପରେ ପିଙ୍କିର ମାଆ କ୍ରୀଷ୍ଣା ଭଟ୍ଟାଚାର୍ଯ୍ୟ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ମାଜିଷ୍ଟେ୍ରଟଙ୍କ ସମ୍ମୁଖରେ ପୋଲିସ ଶବର ପଂଚନାମା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ହସ୍ପିଟାଲକୁ ପଠାଇଥିଲା । ମୃତ ପିଙ୍କିର ସ୍ୱାମୀ ଅଶୋକ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା, ପିଙ୍କିର ଦେଢଶୁର ତଥା ପ୍ରଶାନ୍ତର ବଡଭାଇ ହେମନ୍ତ ବେହେରା ଓ ହେମନ୍ତଙ୍କ ସ୍ତ୍ରୀକୁ ଅଟକ ରଖି ପଚରା ଉଚୁରା କରିବା ସହ ଗିରଫ କରିଥିବା ବାରିପଦା ଟାଉନ୍ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି । ମୃତ ପିଙ୍କିର ଗୋଟିଏ ସାଢେ ଚାରିବର୍ଷର ଓ ଦୁଇ ବର୍ଷର ପୁଅ ଅଛି । ଏହା ପରେ ପିଙ୍କିର ମାଆ କ୍ରିଷ୍ଣା ଭଟ୍ଟାଚାର୍ଯ୍ୟ ଟାଉନ ଥାନାକୁ ଯାଇ ତାଙ୍କ ଝିଅକୁ ମାରି ଦିଆ ଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତି କରି ବାରିପଦା ଟାଉନ ଥାନାରେ କେସ ନଂ-୪୨୧/୪.୬.୨୦ ସହିତ ଧରା ୪୯୮(ଏ), ୩୦୨/୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଟାଉନ୍ ଥାନା ପୁଲିସ ପକ୍ଷରୁ ୩ଜଣଙ୍କୁ ଗିରଫ କରିଛି ।