ସୋନପୁର: ସୁବର୍ଣ୍ଣପୁର ବାଘାଲାପୁର ଛକ ନିକଟରେ ଆଜି ବନ୍ଧୁକ ଦେଖାଇ ଦୁର୍ବୃତ ୨୧ ଲକ୍ଷ ଟଙ୍କା ଲୁୁଟି ନେଇଛନ୍ତି । ଏଟିଏମ୍ରେ ଟଙ୍କା ଭରିବାକୁ ଯିବା ବେଳେ ଲୁଟି ନେଲେ ଲୁଟେରା । ୩ ବାଇକ୍ରେ ଆସିଥିବା ୬ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟା୍ଙ୍କ ଅଫ୍ ବରୋଦା ବ୍ୟାଙ୍କରୁ ଟଙ୍କା ନେଇ ଉଲୁଣ୍ଡା ଯାଉଥିଲେ କର୍ମଚାରୀ । ବ୍ୟାଙ୍କରୁ ଟଙ୍କା ନେଇ ଏଟିମ୍ ରେ ଭରିବାକୁ ଯିବା ବେଳେ ଲୁଟ୍ ହୋଇଛି ।
ଆହୁରି ମଧ୍ୟ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଫାଣ୍ଡି ଅଞ୍ଚଳରେ ଦୁର୍ବୃତମାନେ ଜଣେ ବ୍ୟକ୍ତିଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।