ବାରିପଦା : ଶନିବାର, ବହଳଦା ଥାନା ଇଲାକା ବ୍ରାହ୍ମଣବୋସ୍ ଗ୍ରାମ ନିକଟରେ ଦିନ ପ୍ରାୟ ଗୋଟାଏ ବେଳେ ୪ଜଣ ଅଜଣା ବ୍ୟକ୍ତି ଫାଇନାନ୍ସ ଟଙ୍କା କଲେକ୍ସନ୍ କରି ଫେରୁଥିବା ବେଳେ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଆସିଷ୍ଟାନ୍ଟ ମ୍ୟାନେଜର ଶ୍ରୀ ମହେଶ ଦାସଙ୍କ ଠାରୁ ୫୧ ହଜାର ରୁ ଉର୍ଦ୍ଧଟଙ୍କା ଓ ଅଫିସ କାଗଜପତ୍ର ବନ୍ଧୁକ ଦେଖାଇ ଲୁଟ୍ କରିନେଇଯାଇଥିବା ଜଣା ପଡିଛି । ଭାଗ୍ୟ ବସତଃ ମହେଶ ବାବୁଙ୍କର କୌଣସି କ୍ଷତି ଘଟିନାହି । ଉଦ୍ବେଗର ବିଷୟ ଦିନ ଦୀ ପହରରେ ଏଭଳି ଘଟଣା ସେ ଅଂଚଳରେ ଘୋର ଆଲୋଡନ ସୃଷ୍ଟି କରିଛି । ଖବର ଜାଣି ଉକ୍ତ ସ୍ଥାନକୁ ଗାଁ ଲୋକେ ଆସି ପଚରା ଉଚରା କରିବାରେ, ଉକ୍ତ ଲୁଟେରା ଝାରଖଣ୍ଡ ଅଂଚଳର ବୋଲି କହିଥିଲେ । ଥାନା କେଶ ନଂ ୨୫/୨୦୨୧ମୂଳେ ୩୯୪/୩୪/୨୫ ଆର୍ମ୍ ଆକ୍ଟରେ ପୋଲିସ୍ କେଶ ରୁଜୁ କରି ତନାଘନା ଅନୁସନ୍ଧାଣ କରୁଛି ।