ବନ୍ୟାରେ ଉଠାଜଳସଚେନର ୧୮୬ ପ୍ରକଳ୍ପ ଅଚଳ, ମରାମତି ପାଇଁ ଦାବୀ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡର ବିଭିନ୍ନ ଗ୍ରାମର ଚାାଷୀମାନେ ପାଣି ପଂଚାୟତ ଗଠନ କରି ବିଭିନ୍ନ ଜଳଉସô ଗୁଡିକରୁ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମ ଚାଷ କରି ଆସୁଥିଲେ । କିନ୍ତୁ୍ ଚଳିତ୨୦୨୦ମସିହା ଅଗଷ୍ଟ ୨୬/୨୭ ତାରିଖରେ ଚମ୍ପୁଆ ଉପଖଣ୍ଡରେ ପ୍ରବଳ ବର୍ଷା ହେବାୁର ନଦୀବଢ଼ି ହୋଇ ଥିଲା । ଫଳରେ ଏହାର ପ୍ରଭାବ ସିଧା ସଳଖ ଉଠାଜଳସେଚନ ପ୍ରକଳ୍ପ ଉପରେ ପଡିବାରୁ ଚାଷି ଓ ଚାଷର ବହୁତ କ୍ଷତି ଘଟିଛି । ଚାଷିମାନେ ଏନେଇ ବିଭାଗର ଦ୍ୱାରସ୍ଥ ହୋଇ ସହହାୟତା ଦାବୀ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଚଳିତବର୍ଷ ଖରିଫ ଋତୁରେଭଲ ବର୍ଷା ହୋଇଛି । ଏହା ସହିତ ପ୍ରବଳ ବର୍ଷାହେବା ଫଳରେ ଉଠାଜଳସେଚନ ବିଭାଗର ପ୍ରାୟ ୧୮୬ଟି ପ୍ରକଳ୍ପ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ଚମ୍ପୁଆ ବ୍ଲକର ୧୧୦ଟି ପ୍ରକଳ୍ପ,ଯୋଡା ବ୍ଲକର ୪୮ଟି ପ୍ରକଳ୍ପ ଓ ଝୁମ୍ପୁରା ବ୍ଲକର ୨୮ଟି ପ୍ରକଳ୍ପି ରହିଥିବା ଜଣାଯାଇଛି । ଲଗାଣ ବର୍ଷା ସାଙ୍ଗକୁ ବୈତରଣୀ ନଦୀ,ଅରଡେଇ ନଦୀ ଓ କାରୋ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ବସିଥିବା ଏହି ଉଠା ଜଳସେଚନ ପ୍ରକଳ୍ପର ମଟର ବୁଡିଯାଇ କ୍ଷତିଗ୍ରସ୍ଥ ହେବା ସହ ଷ୍ଟାଟର ଓ କେବୁଲ ମଧ୍ୟ ନଷ୍ଟ ହୋଇଯାଇଛି । ଏପରିକି ପେନାଲ ବୋର୍ଡ ଗୁଡିକ ମଧ୍ୟ ନଷ୍ଟ ହୋଇଛି । ଅଗଷ୍ଟ ମାସପରେ ସେପ୍ଟେମମ୍ବର ମାସରେ ସ୍ୱଳ୍ପ ବର୍ଷା ଯୋଗୁଁ ବିଶେଷ କରି ଢ଼ିପ ଜମି ଧାନଚାଷ ଜମିଗୁଡିକରେ ଜଳର ଆବଶ୍ୟକତା ପଡିଲାଣି । ବହୁଜମିରେ ଜମି ଶୁଖି ଫାଟି ଧାନଗଛ ହଳଦିଆ ପଡି ଗଲାଣି । ଚାଷ ଜମିକୁ ଚାଷି ଉଠାଜଳସେଚନ ପଏଣ୍ଟ ମାଧ୍ୟମରେ ପାଣି ମଡାଇବା ଆଶାରେ ବିଭାଗର ଦ୍ୱାରସ୍ଥ ହୋଇ ତୁୁରନ୍ତ ଆବଶ୍ୟକ ମରାମତି କରିବାକୁ ଦାବି କରିଛନ୍ତି । ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆ । ନଗଲେ ଆଗାମି ରବିରୃତୁରେ ମଧ୍ୟ ଚାଷ ଓ ଚାଷି ପ୍ରଭାବିତ ହେବାର ସମମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏ ସମନ୍ଧରେ ବିଭାଗିୟ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ନାଏକ କହିଲେ ଚାଷିଙ୍କ ଠାରୁ ଅଭିଯୋଗ ପାଇ ଆମ୍ଭେ ବିଭିନ୍ନ ପ୍ରକଳ୍ପ ତଦାରଖ କରିଛୁ ଜିଲାଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ବାବଦରେ ଜଣାଇବା ସହିତ ଏଗୁଡିକୁ ମରାମତି ବାବଦକୁ ପା୍ରୟ ୫୦ଲକ୍ଷରୁ ଉର୍ଦ୍ଧ ଖର୍ଚ୍ଚ ଅଟକଳ କରାଯାଇଛି । ଚାଷିଙ୍କ ସମାସ୍ୟାକୁ ତୁରନ୍ତ ସମାଧାନ ପାଇଁ ଚେଷ୍ଟା ଚାଲିଛି

Comments (0)
Add Comment