ବନ୍ୟାରେ ୬,୧୬୧ ହେକ୍ଟର ଧାନ ଫସଲ ନଷ୍ଟ

ଡେଲାଙ୍ଗ: ଦୟା ଓ ଲୁଣା ନଦୀରେ ବନ୍ୟା ପାଣି ମାଡି ଡେଲାଙ୍ଗ ବ୍ଲକର ୧୮ଟି ଗ୍ରାମ ପଂଚାୟତ ଜଳବନ୍ଦୀ ହୋଇ ଧାନ ଫସଲ ପାଣିରେ ବୁଡି ନଷ୍ଟ ହୋଇଥିବା ଜଣାପଡିଛି । କୃଷି ବିଭାଗ ପକ୍ଷରୁ ଏହାର କ୍ଷୟକ୍ଷତି ଆକଳନ କରାଯାଇଛି । ୧୮ଟି ପଂଚାୟତର ବନ୍ୟା ପାଣି ମାଡି ଧାନଫସଲ ନଷ୍ଟ ହୋଇଥିବା ବେଳେ କୃଷି ବିଭାଗ ପକ୍ଷରୁ ୮ ଟିମ ଗଠନ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଇଛି । ଏହି ଟିମ୍ ରେ ରାଜସ୍ୱ ନିରୀକ୍ଷକ,ଗ୍ରାମ୍ୟକୃଷି କର୍ମଚାରୀ ଓ ଉଦ୍ୟାନ ବିଭାଗର କର୍ମଚାରୀ ମିଳିତଭାବେ କ୍ଷେତ୍ର ପରିଦର୍ଶନକରି ବନ୍ୟା ପାଣିରେ ନଷ୍ଟ ହୋଇଥିବା ଧାନ ଫସଲର କ୍ଷୟକ୍ଷତି ଆକଳନ କରିଛନ୍ତି ।ସୁଚନାନୁଯାଇ ଡେଲାଙ୍ଗ ବ୍ଲକରେ ବନ୍ୟା ପାଣିରେ ୬ହଜାର ୧୬୧ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ନେଇ ବ୍ଲକ ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ ସୁଚନା ଦେଇଛନ୍ତି । ତେବେ ଆଗାମୀ ୧୦ ଦିନ ଭିତରେ ପୁର୍ଣ୍ଣାଙ୍ଗ କ୍ଷୟକ୍ଷତିର ରିପୋର୍ଟ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବା ବୋଲି ଶ୍ରୀରାଉତ ସୁଚନା ଦେଇଥିବା ବେଳେ ଖୁବ ଶିଘ୍ର ସରକାରୀ ନିୟମାନୁଯାଇ କ୍ଷତିଗ୍ରସ୍ତ ଚାଷି ମାନଙ୍କ ବନ୍ୟା ଜନିତ ଫସଲ କ୍ଷତି ପୁରଣ ପ୍ରଦାନ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ ସୁଚନା ମିଳିଛି । ।

Comments (0)
Add Comment