ବନ ବିଭାଗର ଯତ୍ନ ଓ ଦାୟିତ୍ୱହୀନତା ଅଭାବ ଯୋଗୁଁ କୁଟୁରା ମୃତ୍ୟୁ

କାଲିମେଳା (ନି.ପ୍ର)-ସୁମନ ପଲ : ମାଲକାନଗିରି ଜିଲ୍ଲା କାଳିମେଳା ରେଞ୍ଜ ଅନ୍ତର୍ଗତ ପଟେରୁ ବିଟ୍ ରେ ଗତ ୩ ରୁ ୪ ମାସ ହେବ ଏକ କୁଟୁରା କୁ ଆଣି ରଖିଥିଲେ ଫରେଷ୍ଟର ସୁବାଷ ମଣ୍ଡଳ । ସେ ନିଜେ ଜଣେ ଦାୟିତ୍ୱ ବାନ ଫରେଷ୍ଟ ଅଫିସର ହୋଇ କେମିତି ଓ କାହା ଆଦେଶରେ ଏତେ ଦିନ ଏହି ଛୋଟ ଛୁଆକୁ ରଖିଥିଲେ ତାହା ସନ୍ଦେହ ଜନକ। କାହାର ପରାମର୍ଶ ରେ ଖାଇବା ଓ ତାର ଯତ୍ନ ନେଉଥିଲେ? ମହାଶୟ କଣ ନିଜର କର୍ତ୍ତବ୍ୟ ଭୁଲି ଯାଇ ନିଜେ ତାଙ୍କର ସରକାରୀ ବାସଭବନରେ କେମିତି ପରିସ୍ଥିତିରେ ରଖିଥିଲେ ଏହି କୁଟୁରା ଟିକୁ। ବିଶେଷ ସୂତ୍ରରୁ ଆମ ପ୍ରତିନିଧିକୁ ଖବର ମିଳିଥିଲା ଜଣେ ଫରେଷ୍ଟର ତାଙ୍କ ନିଜ ସରକାରୀ ବାସଭବନରେ ଏକ କୁଟୁରା କୁ ଆଣି ପାଳିଥିଲେ । ସେ ତାର ଉପଯୁକ୍ତ ଯତ୍ନ ନ ନେବାରୁ କୁଟୁରା ଛୁଆଟା ମରିଯାଇଛି। ଏବେ ପ୍ରଶ୍ନ ଉଠୁଛି କୁଟୁରା ଛୁଆ କୁ କିଏ କେଉଁଠୁ ଆଣିଥିଲା। ସମାନ ସମୟ ମଧ୍ୟରେ ଡାକ୍ତରୀ ପରୀକ୍ଷା କରି ଜଙ୍ଗଲ ରେ କାହିଁକି ଛଡା ଗଲା ନାହିଁ ? ଏହି ଘଟଣା କଣ ରେଞ୍ଜର ଓ ଏସି.ସି.ଏଫ,ଡି.ଏଫ.ଓ କଣ ଜାଣି ନ ଥିଲେ କି ? ଯଦି ଜାଣିଥିଲେ କାର୍ଯ୍ୟନୁଷ୍ଠାନ ନେଲେ ନାହିଁ କଣ ପାଇଁ ? ଜଙ୍ଗଲୀ ପଶୁ କୁ କଣ ରକ୍ଷା କରିବା କଥା ଭୁଲିଗଲେ କି ଉପସ୍ଥିତ ଅଧିକାରୀ ନା ଖାମ ଖିଆଲି ମନୋଭାବ ପାଇଁ ଆଜି ଚାଲିଗଲା ନିରିହ କୁଟୁରା ଟିର ଜୀବନ। ଆଗକୁ ଦେଖିବାକୁ ବାକି ରହିଲା ବନ ବିଭାଗ ଜଣେ ଖାମଖିଆଲି ଅଫିସର ପ୍ରତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ଏହି କୁଟୁରା ମୃତ୍ୟୁ ପାଇଁ କେଉଁ ମାନେ ଦାୟିତ୍ୱ ରେ ଅବହେଳା କରିଛନ୍ତି ଓ ତାଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହାକୁ ଦେଖିବାକୁ ବାକି ରହିଲା।

Comments (0)
Add Comment