ବରଗଡରେ ମଲ୍ଟି ସ୍ପେସାଲିଷ୍ଟ ହସପିଟାଲର ଶୁଭାରମ୍ଭ

ବରଗଡ: ପଶ୍ଚିମ ଓଡିଶାର କୋଭିଡ-୧୯ ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ବରଗଡର ବିକାଶ ମଲ୍ଟି ସ୍ପେସାଲିଷ୍ଟ ହସପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହମାରୀର ମୁକାବିଲା ପାଇଁ ବରଗଡର ମଲ୍ଟି ସ୍ପେସାଲିଷ୍ଟ ହସପିଟାଲରେ ଇଣ୍ଡିଆନ ଅଏଲ ସିଏସଆର ପାଣ୍ଠିରୁ ଖର୍ଚ୍ଚ କରି ଡିଭିଆର ଏବଂ ଜିଆରସିଆର ମେମୋରିଆଲ ଟ୍ରଷ୍ଟ ସହଯୋଗରେ ୭୦ଟି ଭେଂଟିଲେଟର ସହିତ ଆଇସିୟୁ ବେଡ, ୩୦ଟି ଭେଂଟିଲେଟର ବେଡର ଅପଗ୍ରେଡେସନ କରିବା ସହ ଆନୁୁସାଙ୍ଗିକ ଉପକରଣର ବ୍ୟବସ୍ଥା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା କଳାହାଣ୍ଡି, ନୁଆପଡା, ବଲାଙ୍ଗୀର, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ବୌଦ୍ଧ, ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାରେ କୋଭିଡ-୧୯ ସଂକକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ବରଗଡରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ସୁବିଧା ଦ୍ୱାରା ଲୋକମାନେ ବିଶେଷ ଭାବେ ଉପକୃତ ହେବେ । କର୍ପୋରେଟ ଅନୁଷ୍ଠାନମାନେ ଟେଷ୍ଟିଂ ବଢାଇବା, ନିଜ ବ୍ୟବସ୍ଥାରେ ଟିକାକରଣ ସୁବିଧା କରିବା, ଭେଂଟିଲେଟର, ଅମ୍ଳଜଜାନ ଯୋଗାଣ, ଆଇସିୟୁ ସହ ବେଡ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ୱ ପୁର୍ଣ୍ଣ ମେଡିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତମାନ କୋଭିଡ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ପଶ୍ଚିମ ଓଡିଶାରେ କୋଭିଡ-୧୯କୁ ପ୍ରତିହତ କରିବବା ପାଇଁ ସେଲ ଷ୍ଟିଲ ସହଯୋଗରେ ରାଉଲକେଲା ସହରରେ ୬୦୦ଟି ବେଡ, ସୁନ୍ଦରଗଡରେ ଏନଟିପିସି ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ୫୦୦ଟି ବେଡ, ଝାରସୁଗୁଡା ମହାନଦୀ କୋଲ ଦ୍ୱାରା ୧୫୦ଟି ଅକ୍ସିଜେନ ସଂଯୁକ୍ତ ବେଡ ଓ ସମ୍ବଲପୁରରେ ୧୦୦ଟି ବେଡର ବ୍ରବସ୍ଥା କରାଯାଉଛି । କର୍ପୋରେଟ ଅନୁଷ୍ଠାନ ଗୁଡିକ ଦ୍ୱାରା ଆରମ୍ଭହେଉଥିବା ଟିକାକରଣ ବ୍ୟବସ୍ଥାରେ ବରଗଡ ଜିଲ୍ଲାକୁ ସାମିଲ କରାଯାଇଛି । ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ବ୍ୟବସ୍ଥା ବ୍ୟତିତ କର୍ପୋରେଟ ଅନୁଷ୍ଠାନମାନେ ୧+୧ ଟିକା ଅର୍ଥାତ ନିଜ କର୍ମଚାରୀଙ୍କୁ ଟିକା ଦେବାସହ ଅସହାୟ ଲୋକଙ୍କୁ ଟିକା ଦେବାର ଦାୟିତ୍ୱ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି

Comments (0)
Add Comment