ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ସିଲିଂ-ତାଳପଦା ସେତୁ

କଣିହାଁ : କଣିହାଁ ବ୍ଲକ ପବିତ୍ରନଗର ସ୍ଥିତ ପାରବିଲ ପଂଚାୟତ ଓ ତାଳପଦା ପଂଚାୟତ,ସିଲିଂ-ତାଳପଦା ସେତୁ ନିମନ୍ତେ ବିଧାୟକ ପାଳଲହଡା ମୁକେଶ କୁମାର ପାଳ କଥା ଦେଇ କଥା ରଖିଲେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ବୁଧବାର ପାଳଲହଡା ନିର୍ବାଚନ ମଣ୍ଡଳୀ,କଣିହାଁ ବ୍ଲକ ଅନ୍ତର୍ଗତ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ ହୋଇଥିବା ବହୁ ପତିକ୍ଷିତ ସିଲିଂ-ତାଳପଦା ସେତୁର ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ପୁର୍ତ୍ତ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ,ମାନ୍ୟବର ରାଜ୍ୟ ଯୁବ ବ୍ୟାପାର କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନ ବିହାରୀ ଦାସ ମହୋଦୟ,ମାନ୍ୟବର ବିଧାୟକ ପାଲଲହଡ଼ା ଶ୍ରୀଯୁକ୍ତ ମୁକେଶ କୁମାର ପାଳ ମହୋଦୟ ରାଜଧାନୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ସଭାସ୍ଥଳରେ ପହଞ୍ଚି ସିଲିଂ-ତାଳପଦା (ବ୍ରାହ୍ମଣୀ ସେତୁ)ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କଣିହାଁ ବ୍ଲକ ଅଧ୍ୟକ୍ଷ,ଜିଲ୍ଲା ପରିଷଦ ସଭ୍ୟା ତଥା ଅଞ୍ଚଳର ଅନେକ ଜଣାଶୁଣା ବୁଦ୍ଧିଜୀବୀ ବିଜୁ ଜନତା ଦଳର ସକ୍ରିୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ l

Comments (0)
Add Comment