ବାଇକ ଚାଳକ ଗଣିଲେ ୨୨ ହଜାର ଟଙ୍କା ଫାଇନ୍


ସୁନ୍ଦରଗଡ: ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା । ୨୨ ହଜାରରୁ ଅଧିକ ଟଙ୍କାର ଫାଇନ ଗଣିଲେ ବାଇକ ଚାଳକ । ସୁନ୍ଦରଗଡ଼ ପରିବହନ ବିଭାଗ ପକ୍ଷରୁ ଚେକିଂ ବେଳେ ଜଣେ ମଦ୍ୟପ ବାଇକ ଚାଳକ ୨୨,୫୦୦ ଟଙ୍କାର ତଣ୍ଡ ଗଣିଛନ୍ତି । ଗତକାଲି ବିଳମ୍ବିତ ରାତିରେ ରାଜଗାଙ୍ଗପୁର ଘୋଘର ଛକ ନିକଟରେ ଚେକିଂ ବେଳେ ଏହି ବାଇକ ଚାଳକ ଜଣକ ଧରାପଡିଥିଲେ । ସେ ମଦ ପିଇ ଗାଡି ଚଳାଇବା ସହ ପାଖରେ ଡିଏଲ କିମ୍ବା ଗାଡି ଇନସୁରାନ୍ସ ରଖିନଥିବାରୁ ବିଭାଗ ପକ୍ଷରୁ ଏହି ଫାଇନ କରାଯାଇଛି । ବାଇକକୁ ରାଜଗାଙ୍ଗପୁର ଥାନାରେ ଅଟକ ରଖାଯାଇଛି ।

Comments (0)
Add Comment