ବାଜିଲା ଉପନିର୍ବାଚନ ବିଗୁଲ୍

୍‍ ତିର୍ତୋଲ ଓ ବାଲେଶ୍ୱର ପାଇଁ ବିଜ୍ଞପ୍ତି ଜାରୀ
୍‍ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ
୍‍ ଆଦର୍ଶ ଆଚରଣବିଧି ଲାଗୁ
୍‍ ପ୍ରାର୍ଥୀଚୟନ ପାଇଁ ସବୁଦଳ ତତ୍ପର

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଥିବା ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତୋଲରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍କେ ଲେହାନି ଆଜି ବିଜ୍ଞପ୍ତି ଜାରୀ କରିଛନ୍ତିି । ଫଳରେ ଆଜିଠାରୁ ପ୍ରାଥିପତ୍ର ଦାଖଲ କରାଯିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ । ନାମାଙ୍କନ ଦାଖଲର ଅନ୍ତିମ ଦିବସହେଉଛି ୧୬ ତାରିଖ । ୧୭ ତାରିଖରେ ଯାଞ୍ଚ କରାଯିବ । ୧୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୩ରେ ଭୋଟଗ୍ରହଣ ହେବ । ନଭେମ୍ବର ୧୦ରେ ହେବ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏକ ବଡ ହଲରେ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରାର୍ଥୀମାନେ ୨ଜଣ ପ୍ରସ୍ତାବକ ଓ ୨ଟି ଗାଡି ଏଥି ଲାଗି ବ୍ୟବହାର କରିପାରିବେ । ଆହୁରି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ପକ୍ଷରେ ମାସ୍କ ପରିଧାନ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଥିବା ଜଣାଯାଇଛି । ଆଜି ଉପନିର୍ବାଚନ ପାଇଁ ବିଜ୍ଞପ୍ତିଜାରୀ ହେବା ପରେ ଦୁଇ ଆସନରେ ଆଜି ଠାରୁ ଆଦର୍ଶ ନିର୍ବାଚନ ଆଚରଣ ବିଧି ତତକ୍ଷଣତ ଲାଗୁ ହୋଇଛି । ରାଜ୍ୟର ୨ ବିଧାନସଭା ଆସନ ବାଲେଶ୍ୱର ସଦର ଓ ତିର୍ତୋଲରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିବାକୁ ବିଭିନ୍ନ ରାନୈତିକ ଦଳମଧ୍ୟରେ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି । ବିଜ୍ଞପ୍ତିଜାରୀ ସତ୍ୱେ କୌଣସି ରାଜନୈତିକ ଦଳ ବର୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାମ ଘୋଷରା କରିନାହାଁନ୍ତି । ତେବେ ଆଶାୟୀମାନେ ଦଳୀୟ ଟିକେଟ ହାସଲ ପାଇଁ ଲବି ଜାରୀ ରଖିଛନ୍ତି । ଅନ୍ୟପକ୍ଷରେ ଏହି ୨ ଆସନକୁ ହାତେଇବା ପାଇଁ ରାଜ୍ୟର ୩ପ୍ରମୁଖ ଦଳ ତଥା ଶାସକ ବିଜେଡି, ମୁଖ୍ୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଯୋରଦାର ପ୍ରୟାସ ଜାରୀ ରହିଛି । ସୂଚନା ଯୋଗ୍ୟ ଯେ, ଉଭୟ ବାଲେଶ୍ୱର ଓ ତିର୍ତୋଲ ଆସନକୁ ଶାସକ ବିଜେଡି ମର୍ଯ୍ୟଦା ଜନକ ଆସନ ଭାବେ ଗ୍ରହଣ କରିଛି । ତିର୍ତୋଲରେ ବିଜେଡି ସଦସ୍ୟଙ୍କ ପରଲୋକ ଘଟିଥିବା ବେଳେ ବାଲେଶ୍ୱର ସଦସର ଆସନଟି ବିଜେପି ହାତରେ ଥିଲା । ଏଥର ଉପନିର୍ବାଚନରେ ଉଭୟ ଆସନରେ ପୁଣି ବାଜିମାତ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ବିଜେପି ବାଲେଶ୍ୱର ଆସନକୁ ପୁଣି ଅକ୍ତିଆର କରିବାକୁ ପ୍ରୟାସ ଜାରୀ ରଖିଛି । ସେହିପରି ତିର୍ତୋଲ ଆସନକୁ ବିଜେଡି ହାତରୁ ଛଡାଇନେବାଲାଗି ମଧ୍ୟ ଯୋଜନା ପ୍ରସ୍ତୁତ କରିଥିବା ଦଳୀୟ ସୁତ୍ରରୁ ଜଣାଯାଇଛି । ସେହିପରି କଂଗ୍ରେସର ନବ ନିଯୁକ୍ତ ପ୍ରଭାରୀ ଇତି ମଧ୍ୟରେ ଉପନିର୍ବାଚନ ନେଇ ଦଳର ବରିଷ୍ଟ ନେତାମାନଙ୍କ ସହ ରଣ କୌଶଳ ସ୍ଥିର କରିଥିବା ଜଣାଯାଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ବିଜେଡି ସୁପ୍ରିମୋ ଦଳିୟ ପ୍ରାର୍ଥୀଙ୍କ ନାମ ଘୋଷଣାକରିବେ ବୋଲି ଦଳର ମୁଖପାତ୍ର କହିଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯାହାଙ୍କ ନାମ ଘୋଷଣା କରିବେ ସେ ପ୍ରାର୍ଥୀ ହେବେ । ତେବେ ନିର୍ବାଚନ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ସାମିଲ ହେବେ କି ନାହିଁ ତାହା ଜଣାପଡିନାହିଁ । ଅନ୍ୟପକ୍ଷରେ ଦୁଇଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ଘୋଷଣା କରିବ ବୋଲି ଦଳର ସାଧାରଣ ସମ୍ପାଦକ ପୃର୍ଥୀରାଜ ହରିଚନ୍ଦନ କହିଛନ୍ତି । ଏନେଇ କେନ୍ଦ୍ରୀୟ ପାଲ୍ୟାମେଂଟାରୀ ବୋର୍ଡକୁ ତିନି ତିନିଜଣ ଲେଖାଁଏ ପ୍ରାର୍ଥୀଙ୍କ ନାମ ସୁପାରୀଶ କରାଯାଇଛି । ସେହିପରି କଂଗ୍ରେସ ମଧ୍ୟ ତିନିଜଣ ପ୍ରାର୍ଥୀଙ୍କ ନାମ ଦଳର ହାଇକମାଣ୍ଡନିକଟକୁ ସୁପାରିଶ କରିଥିବା କୁହାଯାଇଛି । ଦେଶ ତଥା ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ କୋଭିଡ୍ କଟକଣା ଭିତରେ ଉପ ନିର୍ବାଚନ ହେଉଛି ।

Comments (0)
Add Comment