ବାଟବଣା ହେଉଛି ଗାଁ’ କଲ୍ୟାଣ ସମିତି ଯୋଜନା

ନୂଆଗାଁ : ନୂଆଗାଁ ବ୍ଳକ୍ କାପ୍ତାପଲ୍ଲୀ ଓ କେରସିଙ୍ଗା ଗାଁରେ ଫେଲ ମାରୁଛି ଗାଁ କଲ୍ୟାଣ ସମିତି ଯୋଜନା । ପ୍ରତ୍ୟେକ ଗାଁକୁ ସରସ ସୁନ୍ଦର କରିବାକୁ ଗାଁ କଲ୍ୟାଣ ସମିତି ଯୋଜନା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଯୋଜନାରେ ବିଦୁ୍ୟତ୍କରଣ କରିବା ସହିତ ଗାଁକୁ ସଫାସୁତୁରା କରିବାର ବ୍ୟବସ୍ଥା ରହିଛି । କିନ୍ତୁ କାପ୍ତାପଲ୍ଲୀ ଏବଂ କେରସିଙ୍ଗ ଗାଁରେ ଏହି ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳିଛି । ଗାଁର ବ୍ୟବସ୍ଥା ନକହିଲେ ସରେ, ଦୀର୍ଘଦିନ ଧରି ଡ୍ରେନେଜର ବ୍ୟବସ୍ଥା ନଥିବାରୁ ଗାଁ ଦାଣ୍ଡରେ ପାଣି ଜମିରହୁଛି । ଯେଉଁଥି ପାଇଁ ମଶା, ମାଛି ବଂଶ ବିସ୍ତାର କରି ଲୋକଙ୍କୁ ରୋଗାଗ୍ରସ୍ତ କରି ସାରରିଲେଣି । ଏପରିକି ଗାଁ ଦାଣ୍ଡରେ ଅଳିଆ ଆର୍ବଜନା ଜମା ହେବା ଫଳରେ ଦୁର୍ଗନ୍ଧରେ ରହି ହେଉନାହିଁ । ତେବେ ଯୋଜନା ପାଇଁ ଆସୁୂଥିବା ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହେଉଛି କାହା ପାଖରେ ଖବର ନାହିଁ । ତେବେ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।ତେବେ ଏହାର ତଦନ୍ତ କରିବା ସହିତ ତୁରନ୍ତ ଗାଁରୁ ଆବର୍ଜନା ପାଣି ବାହାର କରିବାର ବ୍ୟବସ୍ଥା କରିବାକୁ ସରସକାପ୍ତିପଲ୍ଲୀ ଓ କେରସିଙ୍ଗ ଗ୍ରାମରବାସୀ ମାନେ ଦାବି କରିଛନ୍ତି ।

Comments (0)
Add Comment