ବାରିପଦା ଅର୍ବାନ ବ୍ୟାଙ୍କ : ଜମା ଟଙ୍କା ଫେରସ୍ତ ଲାଗି ଗହଳି

ବାରିପଦା: ସ୍ଥାନୀୟ ସମବାୟ ବ୍ୟାଙ୍କ ଭାବରେ ସାରା ଓଡିଶାରେ ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ସୁନାମ ଥିଲା ବେଶ ନିଆରା ତେବେ ୨୦୧୪ ମସିହାରେ ବାରିପଦା ଅର୍ବାନ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ବ୍ୟାଙ୍କର ସମସ୍ତ କାରବାର ବନ୍ଦ ହୋଇଯାଇଥିଲା । ଫଳରେ ବ୍ୟାଙ୍କର ଛୋଟବଡ ୭୨ ହଜାର ଜମାକାରୀ ନିଜ ଗଚ୍ଛିତ ଅର୍ଥ ଫେରିପାଇବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଜମାକାରୀ ସଂଘ ମଧ୍ୟ ଦୀର୍ଘ ମାସ ଧରି ଜମା ଅର୍ଥ ଫେରିପାଇବା ନିମନ୍ତେ ଚଳାଇଥିଲା ଆନ୍ଦୋଳନ । ତେବେ ଗତ ୨୫ ତାରିଖ ମାନ୍ୟବର ହାଇକୋର୍ଟଙ୍କ ଆନ୍ତରୀଣ ଅର୍ଡର ଆସିବା ପରେ ଆଶ୍ୱସ୍ତ ହୋଇଛନ୍ତି ଜମାକାରୀ ମାନୋ କୋର୍ଟ ତାଙ୍କ ଅର୍ଡରରେ ଜମାକାରୀ ଚିହ୍ନଟ କରି ସେମାନଙ୍କୁ ଜମାଅର୍ଥ ଫେରସ୍ତ କରିବାକୁ ନିର୍ଦେଶ ଦେଇଛନ୍ତିା ଜମାକାରୀଙ୍କ ବହୁ ଦିନର ଦୁଃଖ ଲାଘବ ହୋଇଛି । ଅର୍ବାନ କୋପରେଟିଭ ବ୍ୟାଙ୍କ ଦାୟିତ୍ୱରେ ଥିବା ବାରିପଦା ଅତିରିକ୍ତ ଜିଲ୍ଲାପାଳ ଏଥି ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ତେବେ ଆଜି ଠାରୁ ଜମାକାରୀ ମାନେ ବ୍ୟାଙ୍କରେ ନିଜ ଜମା ସମ୍ପର୍କୀତ କାଗଜାତ ପ୍ରମାଣ ପତ୍ର ଦାଖଲ କରୁଥିବାର ଜଣାଯାଇଛି । କାଗଜପତ୍ର ଜମାପାଇଁ ବାରିପଦା ଅର୍ବାନ ବ୍ୟାଙ୍କ ପରିସରରେ ଜମାକାରୀଙ୍କ ଗହଳି ଲାଗିଛିା ତେବେ କରୋନା କଟକଣା ନିମନ୍ତେ ବ୍ୟାଙ୍କ ପରିସରରେ ପୋଲିସ ମୁତୟନ କରାଯାଇ ସାମାଜିକ ଦୂରତା ବଜାୟ ରଖିବା କୁ ଯଥେଷ୍ଟ ପ୍ରୟାସ କରାଯାଉଥିବା ବେଲେ ଏକକାଳୀନ ଜମାକାରୀଙ୍କୁ ବ୍ୟାଙ୍କ ପରିସରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ତେବେ ଦୀର୍ଘ ବର୍ଷ ଧରି ଜମାକାରୀ ମାନେ ସମସ୍ୟାରେ ଥିବାବେଳେ ଓ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାରୁ ବର୍ତମାନ କୋର୍ଟ ନିର୍ଦେଶ ଆସିବା ପରେ କତୃପକ୍ଷ ଜମାଟଙ୍କା ଫେରାଇବାର ପ୍ରକ୍ରିୟା ଆରମ୍ଭ କରିଦେଇଥିବାରୁ ଜମାକାରୀ ମାନେ ବେଶ ଖୁସି ଥିବାର ଜଣାଯାଇଛି ।

Comments (0)
Add Comment