ବାହାରିଲା ନୀଳାଚଳ ଅବଢ଼ା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନବ୍ୟାପୀ ଘୋଷଯାତ୍ରା ଏବଂ ୧୨ର ଦିନ ଲୀଳା ସାରି ଗତକାଲି ନୀଳକନ୍ଦରଙ୍କୁ ଫେରିବା ପରେ ଆଜି ଶ୍ରୀ ମନ୍ଦିରରୁ ନୀଳାଚଳ ଅବଢ଼ା ବାହାରିଛି । ନୀଳାଚନ ଅବଢ଼ା ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିଖିତ ହୋଇଛି । ଅବଢା ପାଇଁ ଶ୍ରୀ ମନ୍ଦିରର ଉତର ଦ୍ୱାରରେ ବ୍ୟାପକ ବ୍ୟବସ୍ତା ଗ୍ରହଣ କରାଯାଇଛି ।
ଯେହେତୁ ଏତେଦିନ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ହେଉଛି, ଏହି ଦୃଷ୍ଟିରୁ ଆଜି ସଅଳ ନୀଳାଚଳ ଅବଢ଼ା ବାହାରିଛି । ନୀଳାଚଳ ଅବଢ଼ାରେ ଭକ୍ତଙ୍କ ଆଗ୍ରହ ଥିବାବେଳେ ପ୍ରତ୍ୟେକ ବର୍ଷ ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଏ । ଯେହେତୁ ମହାପ୍ରଭୁ ୧୩ ଦିନ ପରେ ନୀଳାଦ୍ରି ବିଜେ କରିଛନ୍ତି, ସେହି ଦୃଷ୍ଟିରୁ ୧୩ ଦିନ ପରେ ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ପ୍ରସ୍ତୁତ ହୋଇଛି । ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ । ରଥଯାତ୍ରା ସାରି ଫେରିବା ପରେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଛପନ ପଉଟି ଭୋଗ ଲାଗି ହୋଇଥାଏ, ତାକୁ ନୀଳାଚଳ ଅବଢ଼ା କୁହନ୍ତି ।

Comments (0)
Add Comment