ବିକେବିୱାଇରେ ଚାଷୀ ବଞ୍ଚିତ ହେବେ କି?

ନବରଂଗପୁର : ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଡିପ ବୋରଓ୍ବେଲ ସେଚ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ଓ ସୌରଶକ୍ତି ସଂଯୋଗ ଜରୀଆରେ ଗଭୀର ନଳକୂପ ପ୍ରକଳ୍ପ ବ୍ୟକ୍ତିଗତ ମାଲିକାନା ଭିତ୍ତିରେ ସ୍ଥାପନା କରିବାକୁ ଚାଷୀଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଏହାର ଆରମ୍ଭ ଗତ ୪ ତାରିଖ ଦିନ ଠାରୁ ଆରମ୍ଭ କରାଯାଇ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି। ହିତାଧିକାରୀଙ୍କ ଅଂଶଧନକୁ କେବଳ ଗୋଟିଏ ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ମାଧ୍ୟମରେ ସାଧାରଣ ବର୍ଗର ଚାଷୀଙ୍କ ପାଇଁ ୨୦ ହଜାର ଏବଂ ଅନୁସୂଚିତ ଜାତି,ଜନଜାତିବର୍ଗକୁ (ବିପିଏଲ କାର୍ଡଧାରୀଙ୍କୁ କେବଳ) ୧୦ ହଜାର ଟଙ୍କା ଡିପୋଜିଟ ଦେବାକୁ ପଡିଥାଏ। ସରକାରଙ୍କ ଏହି ଯୋଜନାରେ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ରିହାତି ରହିଥିବାରୁ ଜିଲ୍ଲାର ୧୦ଟି ବ୍ଲକର ଚାଷୀ ଏହି ସୁବିଧା ନେବାକୁ ଚାହିଁଛନ୍ତି। ସରକାରଙ୍କ ଯୋଜନା ହିତାଧିକାରୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବେଳେ ଏଥିପାଇଁ ନିର୍ଦ୍ଧାରିତ ସମୟ ଅଡୁଆରେ ପକାଉଛି। କେବଳ ଗୋଟିଏ ହିଁ ବ୍ୟାଙ୍କରେ ଅଂଶଧନ ଡିପୋଜିଟ ହେଉଥିବାରୁ ଜିଲ୍ଲାର ଶହ ଶହ ଚାଷୀ ଲମ୍ବା ଲାଇନ ଲଗେଇ ଆରମ୍ଭ ହେବା ଦିନରୁ ଆଜିଯାଏଁ ଦିନ ତମାମ ଭୋକ ଓପାସରେ ରହି ଅପେକ୍ଷା କରି ରହୁଛନ୍ତି। ତଥାପି ଲୋକଙ୍କ କାମ ହୋଇପାରୁ ନାହିଁ। ବ୍ୟାଙ୍କ ମଧ୍ୟକୁ ସିକ୍ୟୁରିଟି ଜଣ ଜଣ କରି ଛାଡୁଥିବା ବେଳେ ନବରଂଗପୁର ସଦରରେ ଦୁଇଟି ଶାଖା ରହିଛି। ଚାଷୀ ଗୋଟିଏ ସ୍ଥାନରୁ ଏକାଉଣ୍ଟ ଖୋଲି ଅନ୍ୟ ସ୍ଥାନରେ ଡିପୋଜିଟ କରୁଛନ୍ତି। ଯାହା ପାଇଁ ଦିନ ଦିନ ଧରି ଭୋକ ଓପାସରେ ଲମ୍ବା ଲାଇନ ଲଗେଇ ଅପେକ୍ଷା କରିବାକୁ ପଡୁଛି। ଫଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଗୋଟିଏ ଏକାଉଣ୍ଟ ଖୋଲିବାକୁ ଅଧିକ ସମୟ ଲାଗିଯିବାରୁ,ଏହାକୁ ନେଇଁ ଚାଷୀଙ୍କ ମନ ଉଣା ହେଉଛି। ସରକାରଙ୍କ ଧାର୍ଯ୍ୟ ଦିନ ଠାରୁ ଆହୁରି କିଛି ଦିନ ସମୟ ଦିଆଯିବାକୁ ଚାଷୀ ମହଲରେ ପ୍ରକାଶ ପାଇଛି। ତେବେ ଜିଲ୍ଲାର ଅନେକ ଚାଷୀ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ହେବା ଆଶା ଦେଖାଯାଉଛି। ଓଡିଶା ସରକାରଙ୍କ ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ ପାଢୀଙ୍କୁ ଉକ୍ତ ବିଷୟକୁ ନେଇଁ ଯୋଗାଯୋଗ କରିବାରୁ ସମୟସୀମାକୁ ବଢାଯିବାକୁ କହିଛନ୍ତି ଏବଂ ବ୍ୟାଙ୍କ କତ୍ତୃପକ୍ଷ୍ୟଙ୍କୁ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ଚାଷୀ ସଚେତନ ହୋଇଥିବାରୁ ଚଳିତବର୍ଷ ଶତାଧିକ ଚାଷୀ ଯୋଜନାର ଲାଭ ଉଠାଇବାକୁ ଚାହୁଁଥିବା ଶ୍ରୀ ପାଢୀ କହିଛନ୍ତି। କୌଣସି ଚାଷୀଙ୍କୁ ନିରାଶ ହେବାକୁ ପଡିବ ନାହିଁ,ଯୋଜନା ଶତ ପ୍ରତିଶତ ଚାଷୀଙ୍କୁ ଦିଆଯିବା କହିଛନ୍ତି। ଅସୁବିଧା ଭୋଗ କରୁଥିବା ଜିଲ୍ଲାର ବହୁ ଚାଷୀ,ହିତାଧିକାରୀ ମଧ୍ୟ ଶ୍ରୀ ପାଢୀଙ୍କ ସହିତ ଯୋଗାଯୋଗ ସ୍ଥାପନା କରିଛନ୍ତି। ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଡିପ ବୋରଓ୍ବେଲ ସେଚ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ଓ ସୌରଶକ୍ତି ସଂଯୋଗ ଜରୀଆରେ ଗଭୀର ନଳକୂପ ପ୍ରକଳ୍ପ ବ୍ୟକ୍ତିଗତ ମାଲିକାନା ଭିତ୍ତିରେ ସ୍ଥାପନା କରିବାକୁ ଚାଷୀଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଏହାର ଆରମ୍ଭ ଗତ ୪ ତାରିଖ ଦିନ ଠାରୁ ଆରମ୍ଭ କାରାଯାଇ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି। ହିତାଧିକାରୀଙ୍କ ଅଂଶଧନକୁ କେବଳ ଗୋଟିଏ ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ମାଧ୍ୟମରେ ସାଧାରଣ ବର୍ଗର ଚାଷୀଙ୍କ ପାଇଁ ୨୦ ହଜାର ଏବଂ ଅନୁସୂଚିତ ଜାତି,ଜନଜାତିବର୍ଗକୁ (ବିପିଏଲ କାର୍ଡଧାରୀଙ୍କୁ କେବଳ) ୧୦ ହଜାର ଟଙ୍କା ଡିପୋଜିଟ ଦେବାକୁ ପଡିଥାଏ। ସରକାରଙ୍କ ଏହି ଯୋଜନାରେ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ରିହାତି ରହିଥିବାରୁ ଜିଲ୍ଲାର ୧୦ଟି ବ୍ଲକର ଚାଷୀ ଏହି ସୁବିଧା ନେବାକୁ ଚାହିଁଛନ୍ତି। ସରକାରଙ୍କ ଯୋଜନା ହିତାଧିକାରୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବେଳେ ଏଥିପାଇଁ ନିର୍ଦ୍ଧାରିତ ସମୟ ଅଡୁଆରେ ପକାଉଛି। କେବଳ ଗୋଟିଏ ହିଁ ବ୍ୟାଙ୍କରେ ଅଂଶଧନ ଡିପୋଜିଟ ହେଉଥିବାରୁ ଜିଲ୍ଲାର ଶହ ଶହ ଚାଷୀ ଲମ୍ବା ଲାଇନ ଲଗେଇ ଆରମ୍ଭ ହେବା ଦିନରୁ ଆଜିଯାଏଁ ଦିନ ତମାମ ଭୋକ ଓପାସରେ ରହି ଅପେକ୍ଷା କରି ରହୁଛନ୍ତି। ତଥାପି ଲୋକଙ୍କ କାମ ହୋଇପାରୁ ନାହିଁ। ବ୍ୟାଙ୍କ ମଧ୍ୟକୁ ସିକ୍ୟୁରିଟି ଜଣ ଜଣ କରି ଛାଡୁଥିବା ବେଳେ ନବରଂଗପୁର ସଦରରେ ଦୁଇଟି ଶାଖା ରହିଛି। ଚାଷୀ ଗୋଟିଏ ସ୍ଥାନରୁ ଏକାଉଣ୍ଟ ଖୋଲି ଅନ୍ୟ ସ୍ଥାନରେ ଡିପୋଜିଟ କରୁଛନ୍ତି। ଯାହା ପାଇଁ ଦିନ ଦିନ ଧରି ଭୋକ ଓପାସରେ ଲମ୍ବା ଲାଇନ ଲଗେଇ ଅପେକ୍ଷା କରିବାକୁ ପଡୁଛି। ଫଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଗୋଟିଏ ଏକାଉଣ୍ଟ ଖୋଲିବାକୁ ଅଧିକ ସମୟ ଲାଗିଯିବାରୁ,ଏହାକୁ ନେଇଁ ଚାଷୀଙ୍କ ମନ ଉଣା ହେଉଛି। ସରକାରଙ୍କ ଧାର୍ଯ୍ୟ ଦିନ ଠାରୁ ଆହୁରି କିଛି ଦିନ ସମୟ ଦିଆଯିବାକୁ ଚାଷୀ ମହଲରେ ପ୍ରକାଶ ପାଇଛି। ତେବେ ଜିଲ୍ଲାର ଅନେକ ଚାଷୀ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ହେବା ଆଶା ଦେଖାଯାଉଛି। ଓଡିଶା ସରକାରଙ୍କ ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ ପାଢୀଙ୍କୁ ଉକ୍ତ ବିଷୟକୁ ନେଇ ଯୋଗାଯୋଗ କରିବାରୁ ସମୟସୀମାକୁ ବଢାଯିବାକୁ କହିଛନ୍ତି ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ଚାଷୀ ସଚେତନ ହୋଇଥିବାରୁ ଚଳିତବର୍ଷ ଶତାଧିକ ଚାଷୀ ଯୋଜନାର ଲାଭ ଉଠାଇବାକୁ ଚାହୁଁଥିବା ଶ୍ରୀ ପାଢୀ କହିଛନ୍ତି। କୌଣସି ଚାଷୀଙ୍କୁ ନିରାଶ ହେବାକୁ ପଡିବ ନାହିଁ,ଯୋଜନା ଶତ ପ୍ରତିଶତ ଚାଷୀଙ୍କୁ ଦିଆଯିବା କହିଛନ୍ତି। ଅସୁବିଧା ଭୋଗ କରୁଥିବା ଜିଲ୍ଲାର ବହୁ ଚାଷୀ,ହିତାଧିକାରୀ ମଧ୍ୟ ଶ୍ରୀ ପାଢୀଙ୍କ ସହିତ ଯୋଗାଯୋଗ ସ୍ଥାପନା କରିଛନ୍ତି।

Comments (0)
Add Comment