ଭୁବନେଶ୍ୱର: ବିଜୁ ପଟ୍ଟନାୟକ ପୋଲିସ ଏକାଡେ଼ମିରେ ସଫେଇ କାମ କରୁଥିବା ଦୁଇ ମହିଳାଙ୍କ ଦୁଇ ସନ୍ତାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନେ ଏକାଡେମି ପରିସରରେ ରହୁଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, କିଛି ଦିନ ତଳେ ପିଲାଦ୍ୱୟ ଗଞ୍ଜାମ ଯାଇଥିଲେ । ସେଠାରୁ ଫେରିବା ପରେ କ୍ୱାରାଂଟିନ୍ରେ ଥିଲେ । ପରୀକ୍ଷା ପରେ ସେମାନଙ୍କ ରିପୋର୍ଟ କରୋନା ପଜିଟିଭ ଜଣାପଡ଼ିଛି ।