ଭୁବନେଶ୍ୱର: ବିଜୁ ଜନତା ଦଳର ୨୪ତିମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ଠାରେ ମହା ଉତ୍ସବରେ ପାଳିତ ହୋଇଯାଇଅଛି । ଜିଲ୍ଲା ବିଜେଡି ସଭାପତି ତଥା ରାଜସ୍ୱ ବିପର୍ଯୟ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ୟ ଓ ପ୍ରତେକ୍ଷ୍ୟ ତତ୍ୟାବଧାନରେ ଆୟଜିତ ଏହି ପ୍ରତିଷ୍ଠା ଦିବସ ସମାବେଶରେ ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ବିରଭଦ୍ର ସିଂ, ପୂର୍ବତନ ମନ୍ତ୍ରୀ ଗୋଲକ ନାଏକ, ପୂର୍ବତନ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ଶ୍ରୀମତୀ ସରଜିନୀ ହେମ୍ବ୍ରମ୍ ପ୍ରଥମେ ଦଳୀୟ ନେତୃବୃନ୍ଦଙ୍କ ସହ ବିଜୁ ପଟ୍ଟନାୟକ ଛକଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିସାରି ଦଳୀୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କର ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ପ୍ରତୀପ ପ୍ରଜ୍ଜଳନ କରିଥିଲେ । ଉକ୍ତ ସଭାରେ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଥମେ କୋରନାରେ ମୃତୁ୍ୟବରଣ କରିଥିବା ଯୋଦ୍ଧାମାନଙ୍କର ଅମର ଆତ୍ମାର ସଦ୍ଗତୀ ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ବନେ୍ଦ ଉକ୍ରଳ ଜନନୀ ସଂଗୀତ ଗାନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ମାର୍ଣ୍ଡିିି ତାଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାର ବିକାଶ ପୁରୁଷ ବୋଲି ଅଭିହିତ କରିବା ସହ ତାଙ୍କ ନେତୃତ୍ୱରେ ଓଡିଶାର ସର୍ବାଧିକ ବିକାଶ ହୋଇଥିବା କଥା କହିଥିଲେ । ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କର ଆନ୍ତରିକ ଉଦ୍ୟମ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଯୋଗୁ ଆଜି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଦେଓଙ୍କ ନାମରେ କରିବା ଓ ଜୁବଲୀ ଲାଇବ୍ରେରୀ ପାଠାଗାର ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥର ବରାଦ ଏବଂ ବାରିପଦା ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କାର ମୁର କରିଥିବା ଯୋଗୁ ଶ୍ରୀ ମାର୍ଣ୍ଡିି ସଭାସ୍ଥଳରେ ମାନ୍ୟବର ମୁଖମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସଭାରେ ପୂର୍ବତନ ଉପ-ବାଚସ୍ପତି ଶ୍ରୀଯୁକ୍ତ ସାନନ୍ତ ମାର୍ଣ୍ଡି, ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛଟାଇ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଦେବାଶିଷ ମାର୍ଣ୍ଡି, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ରାଜଶିବନାରାୟଣ କିସ୍କୁ, ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି, ଦୁର୍ଗାମଣି ଆଚାର୍ଯ୍ୟ ଓ ଦିପ୍ତିଲତା ମିଶ୍ର, ରାଜ୍ୟ ବିଜେଡି ପେନାଲିଷ୍ଟ ଛବି ମାହାଲି, ମହିଳା ବିଜେଡି ସଭାନେତ୍ରୀ ବିଣାପାଣି ସାହୁ, ବରିÂ ନେତା ସୋରଜ ମହାପାତ୍ର, ଛାତ୍ର ବିଜେଡି ଜନାଲ ସଭାପତି ଅବଦୁଲ୍ ହବିବ୍, ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନିଲ କୁମାର ନାୟକ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦକ ସମ୍ପା ମଜୁନଦାର, ସୀମା ଦାସ ଓ ଶ୍ରାବଣୀ ଦାସ, ପୂର୍ବତନ କାଉନସିଲର କୁନା ପଟ୍ଟନାୟକ, ବିସ୍କେସନ୍ ପଟ୍ଟନାୟକ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ଦେବାଶିଷ ଦାସ, ସ୍ୱରୂପ ପଟ୍ଟନାୟକ, ଗୀତାରାଣୀ ବେହେରା, ରତ୍ନାକର ବେହେରା, କୁମାର ମୁଖୀ, ତ୍ରିଲୋକେଶ୍ ପଣ୍ଡା, ଦେବାଶିଷ ପାତ୍ର, ଦର୍ପନାରାୟଣ ପାଲ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରଜନି ମହାନ୍ତ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଅଭୟ ସିଂ, ଦିବ୍ୟବ୍ରତ ମହାନ୍ତି ବରିÂ ବିଜେଡି ନେତା କୃଷ୍ଣ ଦାସ, ତପନ କର, ଦୁର୍ଗା ମାରାଣ୍ଡି, ଖୁଣ୍ଟା ବ୍ଲକ୍ ଚେୟାରମେନ୍ ପୁଷ୍ପଲତା ମାରାଣ୍ଡି ଓ ବିଲକାନ ପ୍ରଭୂଦୟାଲ ନାଗ, ସମାଜସେବୀ ଅମର ସେଠୀ, ଦେବିଦତ୍ତ ଦାସ, ପ୍ରତୀକ ଦାଶ ଓ ପ୍ରଭାତି ପୃଷ୍ଟି ଉପସ୍ଥିତ ଥିଲେ ।