ବିଜୁ ଯୁବ ଛାତ୍ରଜନତା ଦଳର ୪ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ମିଟିଙ୍ଗର୍ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଜିଲ୍ଲା ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକରସମସ୍ତ ଯୁବ ଓ ଛାତ୍ରନେତା ଯୋଗଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ନିଜରମତ ପ୍ରଦାନ କରିଥିଲେଏବଂ ଆଗାମୀ ଦିନରେ ରାଜ୍ୟର ସମସ୍ତଜିଲ୍ଲାରେ ପଯ୍ୟାୟକ୍ରମେ ଭର୍ଚୁଆଲ୍ ମିଟିଙ୍ଗର୍ ଆୟୋଜନ କରାଯିବ ।ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ମିଟିଙ୍ଗର୍ ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ରୂପେ ବିଜୁଜନତା ଦଳର ସଙ୍ଗଠନ ସମ୍ପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଯୋଗ ଦେଇ ‘ଯୁବଛାତ୍ର ନେତୃତ୍ୱକୁ ପ୍ରେରଣାତ୍ମକ ସାଙ୍ଗଠନିକ ମନ୍ତ୍ର ପ୍ରଦାନ କରିଥିଲେ’ । ଓଡିଆଜାତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦରେ ନିଜର ଭାଗ୍ୟ ନିଜେ ଗଢିବ, ଓଡିଆ ଜାତିର କଳାସଂସ୍କୃତି, ଐତିହ୍ୟ, ପରମ୍ପରା ବିଶ୍ୱରେ ଆହୁରି ଆଗକୁ ବଢିବ ଏବଂ ଯୁବଛାତ୍ର ନେତାମାନେ ସେବାବ୍ରତୀ ହୋଇ ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ବିକାଶ ଦିଗରେ ଅହରହ କାର୍ଯ୍ୟକରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରୀ ମଜ୍ବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ଶ୍ରୀ ଦାସ ‘ଜୟ ଜଗନ୍ନାଥ ଜୟ ନବୀନ’ ର ଶ୍ଳୋଗାନ ଦେଇ ସମସ୍ତ ଯୁବଛାତ୍ର ନେତାଙ୍କୁ ଉତ୍ସାହିତ କରିଥିଲେ । ଏହି ଭର୍ଚୁଆଲ୍ ମିଟିଙ୍ଗ୍ରେ ୪ଜିଲ୍ଲାରୁ ୨୯ ନିର୍ବାଚନ ମଣ୍ଡଳୀ, ୫୬ବ୍ଲକ୍, ୧୩ ଏନ୍ଏସି ଏବଂ ସମସ୍ତ ପଞ୍ଚାୟତର ଯୁବଛାତ୍ର ନେତାମାନେ ସାମିଲ୍ ହୋଇଥିଲେ ।
ବିଜୁ ଯୁବଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ମିଟିଙ୍ଗ୍କୁ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପର) ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ବିଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବବ୍ୟାପାର) ତଥା ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ରଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

Comments (0)
Add Comment