ବିଜ୍ଞାପନ ହ୍ରାସ ପାଇଁ ଉଦବେଗ

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଏହାର ସିଧା ପ୍ରଭାବ ମଣିଷର ଜୀବନ , ଜିବିକା ଉପରେ ପଡିଛି । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ବେଳେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏଥିପାଇଁ କିଛି ସୁବିଚାର ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏନେଇ ଦେଶର ସମ୍ବାଦପତ୍ର ମାନଙ୍କ ମଧ୍ୟରେ ସଂକଟ ଦେଖାଦେଇଛି । ବହୁ ସାମ୍ବାଦିକଙ୍କୁ ଚାକିରିରୁ ଛଟେଇ କରିବା ସହ ଦରମା କାଟ୍ ହେଉଛି । ବିଜ୍ଞାପନ ଦର ହ୍ରାସ ହେବାରୁ ଏହାର ପ୍ରଭାବରେ ବହୁ ସମ୍ବାଦପତ୍ର ମଧ୍ୟ ବନ୍ଦ ହେବାର ସୂଚନା ମିଳିଛି । ତେବେ ଘଟଣାର ପ୍ରତିବାଦ ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟସରକାରଙ୍କୁ ଅବଗତ କରାଯାଇଛି । ରାଜ୍ୟ ସଂଘର ୯ମ ଦ୍ୱିବାର୍ଷିକ ଅଧିବେସନ ଆଗମୀ ଡିସେମ୍ବର ସୁଦ୍ଧା କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏ ଦିଗରେ ଅଧିକ ସହଯୋଗ ମିଳିଲେ କାମ ସଫଳ ହୋଇପାରିବ ବୋଲି କହିଛନ୍ତି ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ର ସଭାପତି ରବି ରଥ ।

Comments (0)
Add Comment