ବିଞ୍ଝାରପୁରକୁ ଫେରିଲେଣି ୨୧୫୨ ପ୍ରବାସୀ

ବିଞ୍ଝାରପୁର,୫ ।୦୬(ନି.ପ୍ର.): କରୋନା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଅସ୍ଥାୟୀ ଟିଏମସିର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ବିଞ୍ଝାରପୁର ବ୍ଲକର ବିଭିନ୍ନ ଅଂଚଳକୁ ଏବେ ସୁଦ୍ଧା ୨୧୫୨ ଜଣ ପ୍ରବାସୀ ଫେରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ମିନତୀ ଜଗଦେବ ସୂଚନା ଦେଇଛନ୍ତି ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ମଧ୍ୟରୁ ବିଞ୍ଝାରପୁରକୁ ୨୭ ଜଣ ପୁରୁଷ, ୩ଜଣ ମହିଳା ଓ ଦୁଇ ଜଣ ଶିଶୁ ଫେରିଥିବା ବେଳେ ବାହାର ରାଜ୍ୟରୁ ଆନ୍ଦ୍ରପ୍ରଦେଶରୁ ୧୩୭ ଜଣ ପୁରୁଷ, ୮ ଜଣ ମହିଳା, ୨ ଜଣ ଶିଶୁ, ବିହାରରୁ ୧୧ପୁରୁଷ, ୩ ମହିଳା, ୨ ଶିଶୁ, ଗୁଜୁରାଟରୁ ୧୪୮ ପୁରୁଷ, ୧୭ ମହିଳା, ୧୨ ଜଣ ଶିଶୁ ଫେରିଥିବା ବେଳେ ହରିୟାଣାରୁ ୨୩ ପୁରୁଷ, ୪ ମହିଳା, ୧ଶିଶୁ, କର୍ଣ୍ଣାଟକରୁ ୭୨ ପୁରୁଷ, ୧ ମହିଳା, କେରଳରୁ ୧୯ ପୁରୁଷ, ୧ମହିଳା, ମହାରାଷ୍ଟ୍ରରୁ ୧୫୧ ପୁରୁଷ, ୧୦ ମହିଳା, ୬ ଶିଶୁ, ପଞ୍ଜାବରୁ ୧ପୁରୁଷ, ତେଲେଙ୍ଗାନାରୁ ୫୨୭ ପୁରୁଷ, ୩୦ ମହିଳା, ୭ ଶିଶୁ, ପଶ୍ଚିମବଙ୍ଗ(କଲିକତା) ୩୮୭ ପୁରୁଷ, ୬୩ ମହିଳା, ୧୨ ଶିଶୁ, ତାମିଲନାଡୁରୁ ୩୫୫ ପୁରୁଷ, ୧୫ ମହିଳା, ୪ ଶିଶୁ, ଛତିଶଗଡରୁ ୭ପୁରୁଷ, ଦିଲ୍ଲୀରୁ ୨୬ ପୁରୁଷ, ୧ମହିଳା, ମଧ୍ୟପ୍ରଦେଶରୁ ୧୪ ପୁରୁଷ, ୧ମହିଳା, ଝାଡଖଣ୍ଡରୁ ୭ ପୁରୁଷ, ୫ ମହିଳା, ୩ ଶିଶୁ, ପଣ୍ଡିଚେରୀରୁ ୩ ପୁରୁଷ, ମଣିପୁରରୁ ୪ ପୁରୁଷ, ଉତରାଖଣ୍ଡରୁ ୧ପୁରୁଷ, ରାଜସ୍ଥାନରୁ ୮ପୁରୁଷ, ୧ ମହିଳା, ଦାଦ୍ରାନଗର ହାବେଳିରୁ ୧ ପୁରୁଷ ପ୍ରବାସୀ ଫେରିଥିବା ଜଣାପଡିଛି । ତେବେ ଏହି ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି ।
ବାହାରୁ ଫେରୁଥିବା ପ୍ରବାସୀମାନେ ୧୪ ଦିକ କ୍ୱାରେନ୍ଟାଇନରେ ରହିବା ପରେ ଘରକୁ ଫେରୁଛନ୍ତି । ବିଭିନ୍ନ ଟିଏମସିରେ ରହୁଥିବା ପ୍ରବାସୀମାନଙ୍କୁ ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହିତ ଆବଶ୍ୟକିୟ ବ୍ୟବସ୍ଥା କରୁଥିବା ନଜରକୁ ଆସୁଛି । ଅନ୍ୟପକ୍ଷରେ ଏତେ ସଂଖ୍ୟକ ପ୍ରବାସୀ ବିଞ୍ଝାରପୁରକୁ ଫେରୁଥିବାରୁ ପରବର୍ତି ସମୟରେ ଏମାନଙ୍କୁ ସ୍ୱାବଲମ୍ବି କରିବା ଦିଗରେ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପଂଚାୟତ ସମିତି ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ବିଡିଓ ମିନତୀ ଜଗଦେବ, ତହସିଲଦାର ଅସ୍ମିତା ଦାସ ପ୍ରମୁଖ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ପଂଚାୟତର ଲୋକ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠୀତ ଏକ ବୈଠକରେ ଫେରୁଥିବା ପ୍ରବାସୀ ମାନଙ୍କୁ ଆଗାମି ଦିନରେ କିଭଳି ମନରେଗା ଯୋଜନା ଜରିଆରେ କାର୍ଯ୍ୟ ଯୋଗାଇ ଦିଆଯିବ । ଓଲ୍ଏମ ଦ୍ୱାରା କ୍ଷୁଦ୍ର ଶିଳ୍ପ ପ୍ରତିସ୍ଥାନ ସୃଷ୍ଟି କରି ବେକାରୀ ସମସ୍ୟା ଦୂର କରାଯାଇ ପାରିବ ସେଥି ନେଇ ଆଲୋଚନା କରାଯାଇଥିଲା ।

Comments (0)
Add Comment