ବିଞ୍ଝାରପୁର: କରୋନା ସଂକ୍ରମଣ ଭୟରେ ଅନ୍ୟ ରାଜ୍ୟମାନଙ୍କରେ କାର୍ଯ୍ୟ କରୁ୍ଥିବା ଓଡିଆ ଶ୍ରମିକ ଓ ତାଙ୍କ ପରିବାର ସମେତ ପାଠ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ବିଞ୍ଝାରପୁର ବ୍ଲକରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଫେରିବା ପାଇଁ ନିଜନିଜର ନାମ ପଞ୍ଜୀକରଣ କରିଥିବା ବେଳେ ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମାତ୍ର ୩୭୮ ଜଣ ଫେରିଛନ୍ତି । ସେଥିମଧ୍ୟରୁ ୩୫୨ ଜଣ ପୁରୁଷଙ୍କ ସମେତ ୨୦ ଜଣ ମହିଳା ଓ ୬ ଜଣ ଶିଶୁ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ୧୧ଟା ପର୍ଯ୍ୟନ୍ତ ଗୁଜୁରାଟରୁ ୫୦ ଜଣ, ତେଲେଙ୍ଗାନାରୁ ୯୦ ଜଣ, ପଶ୍ଚିମବଙ୍ଗରୁ ୧୬୨ଜଣ, କର୍ଣ୍ଣାଟକରୁ ୧୫ ଜଣ, ଆନ୍ଦ୍ରପ୍ରଦେଶରୁ ୩୨ଜଣ, କେରଳରୁ ୯ ଜଣ, ତାମିଲନାଡୁରୁ ୮ ଜଣ, ମହାରାଷ୍ଟ୍ରରୁ ୧୦ ଜଣ, ଛତିଶଗଡରୁ ୨ ଜଣଙ୍କ ସମେତ ମୋଟ ୩୭୮ ଜଣ ଏପର୍ଯ୍ୟନ୍ତ ଫେରିଛନ୍ତି । ସେମାନଙ୍କୁ ବ୍ଲକର ବିଭିନ୍ନ କରୋଂଟାଇନ ସେଂଟରରେ ରଖାଯିବା ସହ ସ୍ୱାମୀ ବିବେକାନନ୍ଦ ୟୁଥ୍ ଆସୋସିଏସନ ଦ୍ୱାରା ପ୍ରତି ସେଂଟରରେ ୩ ଜଣ ଲାଖା କେୟାରଟେକରଙ୍କୁ ଦାୟିତ୍ୱରେ ରଖାଯାଇଛି । ସେମାନଙ୍କ ପାଇଁ ବ୍ଲକ ଓ ପଂଚାୟତ ପକ୍ଷରୁ ଖାଦ୍ୟ ଓ ପାନୀୟଜଳ ଯୋଗାଇ ଦିଆଯାଉଥିବା ବେଳେ ବିଞ୍ଝାରପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶ, ବିଡିଓ ମିନତି ଜଗଦେବ ପ୍ରମୁଖ ବିଭିନ୍ନ କେନ୍ଦ୍ର ତଦାରଖ କରୁଛନ୍ତି