ବିଞ୍ଝାରପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବିଞ୍ଝାରପୁର (ନି.ପ୍ର) ବିଞ୍ଝାରପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଆକ୍ରାନ୍ତ ଜଣଙ୍କ ଫତେପୁର ପଞ୍ଚାୟତ ମଲିଆ ଗ୍ରାମର ୫୫ ବର୍ଷିୟ ବ୍ୟକ୍ତି ବୋଲି ଜଣାପଡିଛି । ଆକ୍ରାନ୍ତ ଜଣଙ୍କ ଗତ ମାର୍ଚ୍ଚ ୧୨ରେ କଲିକତାରୁ ଗ୍ରାମକୁ ଫେରିଥିଲେ । ତେବେ ଗ୍ରାମରେ ଦୀର୍ଘ ଅଢେଇ ମାସରୁ ଉର୍ଧ୍ଵ ସମୟ ରହିବା ପରେ ଗତ କିଛିଦିନ ପୂର୍ବେ ତାଙ୍କ ଦେହ ଖରାପ ହୋଇଥିଲା । ଚିକିତ୍ସା ପାଇଁ ଏକ ଗାଡିରେ ପରିବାର ଲୋକେ ତାଙ୍କୁ ଭୂବନେଶ୍ୱର ସ୍ଥିର ଏକ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ବିଭିନ୍ନ ପରୀକ୍ଷା କରେ ତାଙ୍କୁ କରୋନା ହୋଇଥିବା ଉକ୍ତ ଚିକିତ୍ସାଳୟ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି । ଏହି ଘଟଣା ଜଣାପଡିବା ପରେ ଆଜି ସଂନ୍ଧ୍ୟରେ ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶ, ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡା ପ୍ରକାଶ ଚନ୍ଦ୍ର ପଣ୍ଡା ଓ ଅନ୍ୟ ସ୍ୱାସ୍ଥ୍ୟକର୍ମଚାରୀ ମାନେ ମଲିଆରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାର ୫ ଜଣ ସଦସ୍ୟ ତାଙ୍କୁ ଗାଡିରେ ନେଇ ଡାକ୍ତରଖାନା ଯାଇଥିବା ଡ୍ରାଇଭରକୁ କ୍ୱାରେଂଟାଇନକୁ ନେଇଛନ୍ତି ।

Comments (0)
Add Comment