ବିଞ୍ଝାରପୁର ଫେରିଲେ ୩୪୦୪ ପ୍ରବାସୀ

ବିଞ୍ଝାରପୁର: ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଓଡିଆ ଶ୍ରମିକ ଓ ତାଙ୍କ ପରିବାର ଘରକୁ ଫେରୁଥିବା ବେଳେ ବିଞ୍ଝାରପୁର ବ୍ଲକକୁ ବୁଧବାର ସୁଦ୍ଧା ୩୪୦୪ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୨୯୫୮ ଜଣ ପୁରୁଷ, ୩୦୬ଜଣ ମହିଳା ଓ ୧୦୪ଜଣ ଶିଶୁ ଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ମିଳିଥିବା ସୁଚନା ଅନୁଯାଇ ଗୁଜୁରାଟରୁ ୧୮୯, ତେଲେଙ୍ଗାନାରୁ ୭୨୨, ପଶ୍ଚିମବଙ୍ଗରୁ ୬୬୬, କର୍ଣ୍ଣାଟକରୁ ୧୪୪, ଆନ୍ଧ୍ରପ୍ରଶେରୁ ୧୭୨, କେରଳରୁ ୧୭୬, ତାମିଲନାଡୁରୁ ୫୭୬, ମହାରାଷ୍ଟ୍ରରୁ ୩୦୫, ବିହାରରୁ ୧୬, ଝାଡଖଣ୍ଡରୁ ୨୭, ମଧ୍ୟପ୍ରଦେଶରୁ ୨୨, ଛତିଶଗଡରୁ ୧୦, ଉତର ପ୍ରଦେଶରୁ ୪୨, ରାଜସ୍ଥାନରୁ ୧୭, ନୁଆ ଦିଲ୍ଲୀରୁ ୧୮୭, ହରିୟାଣାରୁ ୯୩, ଗୋଆରୁ ୭ଜଣ, ପଞ୍ଜାବରୁ ୯ଜଣ, ପଣ୍ଡୀଚେରୀରୁ ୩ଜଣ, ଦଦରା ଓ ନଗର ହାବେଲୀରୁ ୭ଜଣ, ହିମାଚଳ ପ୍ରଦେଶରୁ ଜଣେ , ଆସାମରୁ ୭ଜଣ, ଉତରାଖଣ୍ଡରୁ ୨, ଅରୁଣାଚଳ ପ୍ରଦେଶରୁ ୧୦, ସିକିମରୁ ଜଣେ, ମଣିପୁରରୁ ୪ଜଣ, ତ୍ରୀପୁରାରୁ ଜଣେ ଓ ନାଗାଲାଣ୍ଡରୁ ଜଣଙ୍କ ସମେତ ମୋଟ ୩୪୦୪ ଜଣ ପେରିଛନ୍ତି ।

Comments (0)
Add Comment