ବିଡିଏ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ପେନସନ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କତୃପକ୍ଷ କର୍ମଚାରୀଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ ହେବା ପରିପ୍ରେକ୍ଷୀରେ ବିଡିଏ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଙ୍ଘର ସଭାପତି, ମାନ୍ରବର ପୁର୍ବତନ ବିଧାୟକ ତଥା ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପି୍ରୟଦର୍ଶୀ ମିଶ୍ରଙ୍କ ପ୍ରଚେଷ୍ଟା ପାଇଁ ସଙ୍ଘର ସାଧାରଣ ସମ୍ପାଦକ ସର୍ବଶ୍ରୀ ଅକ୍ଷୟ କୁମାର ସାମନ୍ତ ସିଂହାର, କାର୍ଯର୍୍ୟକାରୀ ସଭାପତି ନିକୁ ବିହାରୀ ରାଉତରାୟ, ଉପସଭାପତି ଆନନ୍ଦ ଚନ୍ଦ୍ର ଚମ୍ପତି, ଯୁଗ୍ମ ସମ୍ପାଦକ ବିଜୟ ଗୌଡ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଶତାଧିକ ଅବସର ପ୍ରାପ୍ତ କର୍ମଚାରୀ ଓ ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଙ୍ଘର ନେତୃତ୍ୱର ଗହଣରେ ସ୍ୱାଗତ ସମ୍ପର୍ଦ୍ଧନା ଜଣାଇଥିଲେ ।
ବିଡିଏ ମୁଖ୍ୟ କାର୍ଯ୍ୟାଳୟ ପ୍ରବେଶ ପଥରୁ ମଧ୍ୟାହ୍ନରେ ସାମାଜିକ ଦୁରତା ରକ୍ଷା କରି ସମବେତ ହୋଇ ଅବବସର ପ୍ରାପ୍ତ କର୍ମଚାରୀମାନେ ସଭାପତି ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଓ ଉପଦେଶ୍ଟା ତଥା ଓଡିଶାର ଲବ୍ଧ ପ୍ରତିÂ ବିଶିଷ୍ଟ ସମ୍ଭକାର ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକଙ୍କୁ ପାଛୋଟି ନେଇ ବିଡିଏ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମଚାନ୍ଦ ଚୌଧୁରୀଙ୍କୁ ଏକ ସୌଜନ୍ୟ ମୁଳକ ସାକ୍ଷାତ ଅବସରରେ ପେନସନ ବ୍ୟବସ୍ଥା ପ୍ରଚଳନ ପାଇଁ ଆନ୍ତରିକତାର ସହ ନେଇଥିବା ତ୍ୱରିତ କାର୍ଯ୍ୟାନୁÂାନ ନିମନ୍ତେ ପୁଷ୍ପଗୁଛ ପ୍ରଦାନ ପୂର୍ବକ କୃତଜ୍ଞତା ଜ୍ଞାପନ କରିଥିଲେ । କଲ୍ୟାଣ ସଙ୍ଘର ଅନ୍ୟତମ ଉପଦେଷ୍ଟା ତଥା ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଙ୍ଘର ମହା ସଚିବ ଶ୍ରୀ ସରୋଜ କାନ୍ତ ମଲ୍ଲିକ କଲ୍ୟାଣ ସଙ୍ଘର କାର୍ଯ୍ୟକାଳ ପାଇଁ ଗୃହ ଓ ଅନ୍ୟାନ୍ୟ ସୁବିଧା ପ୍ରତି ଧ୍ୟାନ ଆକର୍ଷଣ କରିବାରେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଚୌଧୁରୀ ଚିକିତ୍ସା ବିମା ପ୍ରଚଳନ ଓ କଲ୍ୟାଣ ସଙ୍ଘ କାର୍ଯ୍ୟକାଳ ପାଇଁ ଗୃହ ପ୍ରଦାନ ନିମନ୍ତେ ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ ।
ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଙ୍ଘର ନେତୃବୃନ୍ଦ ସବର୍ଶ୍ରୀ ନଟବର ଆଚାର୍ଯ୍ୟ, ମୁକ୍ତିକାନ୍ତ ମହାପାତ୍ର, ପ୍ରଫୁଲ କୁମାର ଦାସ, ସତ୍ୟ ରନ ପଟ୍ଟନାୟକ, ପ୍ରଭାତ ପରିଡା, ଶିବ ଶଙ୍କର ପ୍ରଧାନ, ସୁରେନ୍ଦ୍ର ଗୌଡ ପ୍ରମୁଖ ଏହିଭଳି କର୍ମଚାରୀ କଲ୍ୟାଣର ମନୋଭାବ ଜାରି ରହିଲେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଚୌଧୁରୀଙ୍କ ଦ୍ୱାରା ଆଗାମୀ ଦିନରେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ଫଳପ୍ରଦ ସମାଧାନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ ।
ସମ୍ବର୍ଦ୍ଧନାର ଉତରରେ ବିଡିଏ କର୍ମଚାରୀଙ୍କ ପେନସନ ବ୍ୟବସ୍ଥାରେ ବହୁଦିନ ପ୍ରତିକ୍ଷାର ଅନ୍ତ ଘଟିଛି ବୋଲି ସଭାପତି ଶ୍ରୀଯୁକ୍ତ ପି୍ରୟଦର୍ଶୀ ମିଶ୍ର ପ୍ରକାଶ କରିଥିଲେ । ସେହିପରି ନିଜର ପ୍ରତିକି୍ରୟାରେ ପ୍ରଖ୍ୟାତ ସ୍ତମ୍ଭକାର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଏହାକୁ ଐତିହାସିକ ପଦକ୍ଷେପ ଭାବରେ ଅଭିହିତ କରି ଭବିଷ୍ୟନିଧି ପାଣ୍ଠିର ସ୍ୱଳ୍ପ ପେନସନରେ ଘାଂଟି ହେଉଥିବା ଅନ୍ୟାନ୍ୟ ସଂସ୍ଥାର ଅବସରପ୍ରାପ୍ତ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ସହ ଚିନ୍ତା କରିବାକୁ ଜୋର ଦେଇଥିଲେ । ସାମୁହିକ ଭାବରେ ସମବେତ ଅବସର ପ୍ରାପ୍ତ କର୍ମଚାରୀ ବୃନ୍ଦ ଖୁସି ବ୍ୟକ୍ତ କରିବା ସହିତ ବିଡିଏ ଉପାଧ୍ୟକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment