ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ନିଜ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ବିଦ୍ୟାଶ୍ରୀ ଫେସବୁକୁରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେଥିରେ ସେ ମାନସିକ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଇଥିବା କହୁଛନ୍ତି । ତେବେ ଅନେକ ଦିନ ହେଲା ମାନବପ୍ରେମୀ ଆଦିତ୍ୟଙ୍କ ମାମଲାରେ କୌଣସି ଅପରାଧୀ ଧରାପଡିନାହାନ୍ତି ଏହାସହ ବିଦ୍ୟାଶ୍ରୀଙ୍କୁ ଦୋଷାରୋପ କରାଯାଉଥିବା ନେଇ ସେ ଫେସବୁକ୍ ଲାଇଭରେ କହିଛନ୍ତି । ସୂଚନା ଅନୁଯାୟୀ, ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କୁ ପଚରାଉଚରା କରାଯାଇଛି । ଗତ ଜୁଲାଇ ୭ରେ ତାରିଖ ସକାଳେ ଆଦିତ୍ୟ ଦାଶଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା । ଏହା ପରେ ଆର୍ପିଏଫ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ସନେ୍ଦହ ପ୍ରକାଶ କରିଥିଲା । ତେବେ ମାନବପ୍ରେମିଙ୍କ ସଂଗଠନର କାର୍ଯ୍ୟକର୍ତା ଏହାକୁ ସହଜରେ ଗ୍ରହଣ କରିପାରୁନଥିଲେ । ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଦିତ୍ୟଙ୍କ ସାଙ୍ଗ ପପୁ, ବିକାଶ , ବିଦ୍ୟାଶ୍ରୀଙ୍କ ପରିବାର ଓ ଘର ମାଲିକଙ୍କୁ ଜେରା କରିଥିଲା । ମାତ୍ର କୌଣସି ନିଷ୍କର୍ସରେ ପହଞ୍ଚି ପାରୁନଥିଲା ।

Comments (0)
Add Comment