ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗ୍ରାହକଙ୍କ ଶୁଳ୍କ ରିହାତି ପ୍ରତ୍ୟାହାର କରିନେଲେ ଓ ଶୁଳ୍କ ହାର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କେବଳ ଘରୋଇ କମ୍ପାନୀର ଲାଭ ଗ୍ୟାରେଣ୍ଟି ପାଇଁ ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ବୋଝ ଲଦିଛନ୍ତି । ଏହାର ପ୍ରତିବାଦରେ ଶତାଧିକ କର୍ମୀ ହାତରେ ପ୍ଲାକାର୍ଡମାନ ଧରି ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପ୍ରକାଶ ଥାଉକି, ଅନ୍ୟ ରାଜ୍ୟରେ ବିଦ୍ୟୁତ ଦର କମ୍ ଥିବାବେଳେ ଓଡ଼ିଶା ଦର ବୃଦ୍ଧି କାହିଁକି; କରୋନା ମହାମାରୀ ସମୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କାହା ସ୍ୱାର୍ଥରେ; ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଏ ଅନୁକମ୍ପା କାହିଁକି; ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଗ୍ରାହକଙ୍କ ପାଇଁ ଷଡ଼ଯନ୍ତ୍ର; ଲକ୍ଷ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଲଦି ଦିଆ ନ ଯାଉ ଆଦି ଦାବିରେ ସିପିଆଇ ଜୋନ ସମ୍ପାଦକ ସୁର ଜେନା କରୋନା ମହାମାରୀ ବେଳେ କୃଷକ, ଶ୍ରମିକ ଏବଂ ବିଦ୍ୟୁତ୍ ଉପଭୋକ୍ତା ବଞ୍ଚିବା ପାଇଁ ରାହା ଖୋଜୁଥିବାବେଳେ ଏହି ଦୟନିୟ ପରିସ୍ଥିତିରେ ବିଦ୍ୟୁତ୍ ଶୁଳ୍କ ଛାଡ଼ ପାଇଁ ଦାବି କରୁଥିବାବେଳେ ରାଜ୍ୟ ସରକାର ଅତ୍ୟନ୍ତ ତରବରିଆ ଭାବରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ । ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବନ୍ଦ କରା ନ ଯାଏ ତାହାହେଲେ ଆଗାମୀଦିନରେ ଯେଉଁ ଆନେ୍ଦାଳନ ହେବ ସେଥିପ୍ରତି ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, ଲୋକନାଥ ଭୋଇ, ସୁଷମା ଭୋଇ, ଛେତମ୍ବର ଭୋଇ, ପଞ୍ଚାନନ ସାହୁ, ଶିବ ବେହେରା ଓ ଡାକ ହେମ୍ବ୍ରମ୍ ପ୍ରମୁଖ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ ।

Comments (0)
Add Comment