ବାଲେଶ୍ଵର : ବିଦ୍ୟୁତ ସଂସ୍ପର୍ଶରେ ଚାଲିଗଲା ଶ୍ଵଶୁର-ବୋହୂଙ୍କ ଜୀବନ । ଦୁଃଖଦ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରସାଳପୁର ପଞ୍ଚାୟତର ନଦୀଗାଁରେ । ରମାନାଥ ଦାସ ନିଜ ଘରେ ବିଦ୍ୟୁତ ତାର ସଜାଡୁଥିଲେ । କୌଣସି କାରଣରୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ ଆଘାତ ଲାଗିବା ପରେ ଶ୍ୱଶୁର ଛଟପଟ ହେଉଥିବା ଦେଖି ବୋହୂ ପୁଷ୍ପଲତା ଦାସ ନିଜ ଜୀବନକୁ ଖାତିର ନକରି ଉଦ୍ଧାର କରିବାକୁ ଚାଲି ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ପୁଷ୍ପଲତା ମଧ୍ୟ ସେହି ବିଦ୍ୟୁତ ଆଘାତର ଶିକାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ