ବିଦ୍ୟୁତ ତାର ଲାଗି ଦମ୍ପତି ମୃତ


ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗୁରୁପଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହୀନ ସାମଲ ।
ସୂଚନା ଅନୁସାରେ ବିଷ୍ଣୁ ଓ ହୀନ ତାଙ୍କ ଜମିରେ ଚାଷ କରିଥିବା ଫୁଲ କୋବି ତୋଳିବାକୁ ଭୋର ୪ଟା ସମୟରେ ବିଲକୁ ଯାଇଥିଲେ । ତେବେ ସେମାନଙ୍କ ବିଲ୍ ଦେଇ ଯାଇଥିବା ୧୧କେ.ଭି ବିଦ୍ୟୁତ୍ ଲାଇନ୍ର ତାର ଛିଡି ବିଲରେ ପଡିଥିଲା ଓ ସେମାନେ ଏ ସଂପର୍କରେ ଜାଣି ପାରି ନଥିଲେ । ଫଳରେ ଛିଡି ପଡିଥିବା ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଖବର ପାଇ ସେମାନଙ୍କ ପୁଅ ଗୌଡ ସାମଲ ସେଠାରେ ପହଞ୍ଚିଥିଲେ ଓ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଡାକ୍ତରଖାନାକୁ ନେଇôଥଲେ । କିନ୍ତୁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Comments (0)
Add Comment