ବାଲିକୁଦା: ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦିରେ ବାଲିକୁଦା ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ଶଭା ଓ ଗଣଧାରଣା ବାଲିକୁଦା ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇ୍ାଇଛି । ସଭାପତି ବିକ୍ରମ କିଶୋର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ପୂର୍ବତନ ବିଧାୟକ ଡା. ଲଲାଟେନ୍ଦୁ ମହାପାତ୍ର ଜିଲ୍ଲା ପରିଷଦ ସଦସ୍ୟ ମହନୀ ଚରଣ ରାଉତ, ଯୁବ ସଂଗଠକ ରାଜକିଶୋର ସାହୁ, ଜିଲ୍ଲା ଓବିସି ସେଲ ଉପାଧ୍ୟକ୍ଷ ଆର୍ତ୍ତବନ୍ଧୁ ବିଶ୍ୱାଳ, ବରିÂ କଂଗ୍ରେସ ନେତା ବୈରାଗୀ ଚରଣ ରାଉତ, ଅକ୍ଷୟ ମହାନ୍ତି, ଶରତ ସାହୁ, ସରପଞ୍ଚ ସାଧୁ ସାହୁ ପ୍ରମୁଖ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରାଗ ପଣିଆକୁ ନେଇ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସୁକୁମାର ଦାସ, ସୌମେନ୍ଦ୍ର ମହାପାତ୍ର, ଶୁଭେନ୍ଦୁ ଭୋଳ, ରଜାବଲି ବେଗ୍୍, ବାବାଜୀ ଜେନା, ରମେଶ ପୃଷ୍ଟି, କାଳନ୍ଦି ମହାନ୍ତି, ଉପେନ୍ଦ୍ର ସ୍ୱାଇଁ, ଯୁଧୀଷ୍ଠିର ପରିଡ଼ା, କିଶୋର ଜେନା, ସୁଶାନ୍ତ ଦାସ, ଭାଗିରଥୀ ମୁଦୁଲି, ବାଲିକୁଦା ପଞ୍ଚାୟତ ସଭାପତି ସୁରେନ୍ଦ୍ର ନାୟକ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଏହି ଅବସରରେ ଏକ ଦାବି ପତ୍ର ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ବିଭାଗୀୟ ଅଧିକାରି ଦେବଦତ୍ତ ଉପାଧ୍ୟାୟଙ୍କୁ ପ୍ରଦାନ କରାଯାଇଥିଲା ।