ବିଧାନସଭା ଅଧିବେଶନ ୨୦ରୁ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ୨୦ରୁ ବସିବ । ଏହା ପୂର୍ବରୁ ୧୮ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହା ଦିନ ୧୧ଟାରୁ ଆରମ୍ଭ ହେବ ।କରୋନା କଟକଣା ମଧ୍ୟରେ ଶୀତକାଳିନ ଅଧିବେଶନ କିପରି ପରିଚାଳନା କରାଯିବ ଓ ଏଥିରେ ପ୍ରଶ୍ନକାଳ ସମୟ ରହିବ କି ନାହିଁ ଏବଂ ବୈଠକ କିପରି ସୁରୁଖୁରୁର ଚାଲିବ ସେଥିଲାଗି ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର କହିଛନ୍ତି । ଅନ୍ୟ ପକ୍ଷରେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ପ୍ରଶ୍ନୋତରକାଳ ରହିବା ଉଚିତ । କଂଗ୍ରେସର ସୁର ରାଉତରାୟ ମଧ୍ୟ ପ୍ରଶ୍ନୋତରକାଳ ନରହିଲେ ଅଧିବେଶନର ଅର୍ଥ କିଛି ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ । ପ୍ରଥମ ଦିନ ଅତିରିକ୍ତ ବଜେଟ ଉପସ୍ଥାପନ ହେବ ଓ ଏହି ଅଧିବେଶନରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିବ ।

Comments (0)
Add Comment