ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ : ଜେଲ୍‌ରୁ ହେବେ ଖଲାସ୍‌

କଟକ: ବହୁ ଚର୍ଚ୍ଚିତ ଟାଟା ମୋର୍ଟସ୍‌ରେ ଚାକିରି କରାଇଦେବା ଠକେଇ ଘଟଣାରେ ଗିରଫ ଗୋପାଳ ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କୁ ଆଜି ଓଡିଶା ହାଇକୋର୍ଟ ଏକ ମାମଲାରେ ସର୍ତମୂଳକ ଜାମୀନ ମଞ୍ଜୁର କରିଛନ୍ତିି । ପୂର୍ବରୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା କ୍ରାଇମ୍‌ବ୍ରାଞ୍ଚ ସମେତ ୫ଟି ମାମଲାରେ ଜାମିନ ମିଳିଥିବାରୁ ସେ ଜେଲ୍‌ରୁ ଖଲାସ ହେବା ପଥ ପରିସ୍କାର ହୋଇଯାଇଛି । ପ୍ରକାଶ ଥାଉକି ଠକେଇ ମାମଲାରେ ଗତ ୨୦୨୦ ଡିସେମ୍ବର ୩ ତାରିଖରେ ପୋଲିସ ତାଙ୍କୁ ଗିରଫ କରିଥିଲା । ସେହିଦିନ ଠାରୁ ଏବେ ସେ ଜେଲ୍‌ରେ ଅଛନ୍ତି ।

Comments (0)
Add Comment