ବିଭିନ୍ନ ପଂଚାୟତରେ ମହାରଥିଙ୍କ ଏକାଦଶାହ କର୍ମ

ଭୁବନେଶ୍ୱର: ପିପିଲି-ଡେଲାଙ୍ଗ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଏକାଦଶାହ କର୍ମ ପିପିଲି-ଡେଲାଙ୍ଗ ସମସ୍ତ ପଂଚାୟତ ସ୍ତରରେ ପାଳନ କରାଯାଇଛି । ପିପିଲି ବ୍ଲକ ପମସରା ପଂଚାୟତର ସମାଜସେବୀ ତଥା ବିଜୁ ଜନତା ଦଳର ଯୁବନେତା ସତ୍ୟଜିତ୍ ରାୟ ଚୈାଧୁରୀଙ୍କ ତତ୍ୱାବଧାନରେ ସ୍ଥାନୀୟ ଅର୍ଜୁନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦିବଙ୍ଗତ ମହାରଥିଙ୍କ ଏକାଦଶାହ କର୍ମ ପାଳନ ହୋଇଥିବା ବେଳେ ଏଥିରେ ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଦ୍ଧିଷ୍ଟିର ସ୍ୱାଇଁ, ସରପଂଚ ପ୍ରକାଶ ଧଳ , ବିଜେଡି ଯୁବନେତା ଆର୍ତବନ୍ଧୁ ସାମନ୍ତରାୟ ,ମନୋଜ ଦାସ, ପୁରୀଜିଲ୍ଲା ପର୍ଯ୍ୟବେକ୍ଷକ ସନ୍ଧ୍ୟାରାଣୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ପୁଷ୍ପ ସଜିତ ସ୍ୱର୍ଗତ ମହାରଥିଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୁର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏବଂ ଅମରଆତ୍ମା ସଦଗତି ନିମନ୍ତେ ପ୍ରଭୁଙ୍କ ନିକଟରେ ୨ମିନଟ ନିରବ ପ୍ରାଥନା କରାଯାଇଥିଲା । ହିନ୍ଦୁ ରିତିନିତି ଅନୁଯାୟୀ ନିଜ ପ୍ରିୟ ନେତା ପାଇଁ ଏକାଦଶାହ କାର୍ଯ୍ୟରେ ପଂଚାୟତର ବହୁ ମହିଳା ପୁରୁଷ ସରକାରଙ୍କ କୋଭିଡ କଟକଣାକୁ ମାନି ସାମିଲ ହୋଇଥିଲେ । ମହାରଥି ଜଣେ ଖାଲି ପିପିଲି-ଡେଲାଙ୍ଗର ପ୍ରିୟ ନେତା ନଥିଲେ ସେ ଥିଲେ ସାରା ରାଜ୍ୟର ଜଣେ ଦଳୀୟ ଦକ୍ଷ ନେତା । ତାଙ୍କ ଅକାଳ ବିୟୋଗରେ ସାର ରାଜ୍ୟରେ ଅପୁରଣିୟ କ୍ଷତି ଘଟିଛି । ତାଙ୍କ ଆଦର୍ଶ ଓ ବିକାଶର କାର୍ଯ୍ୟଧାର ଆମ ଭିତରେ ଚିରସ୍ମରଣିୟ ହୋଇ ରହିବ ବୋଲି ଯୁବନେତା ସତ୍ୟଜିତ୍ ରାୟ ଚୈାଧୁରୀ କୋହଭରା କଣ୍ଠରେ କହିଛନ୍ତି । ଏହି କର୍ଯ୍ୟକ୍ରମ ପଂଚାୟତର ସରପଂଚ ସନ୍ତୋଷ କୁମାର ଜେନା, ବ୍ଲକ ବିଜେଡି ମହିଳା ନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟି ପ୍ରମୁଖ କାର୍ଯ୍ୟ ସଂପାଦନ କରିଥିଲେ ।

Comments (0)
Add Comment