ବିଶିଷ୍ଟ ନାଟ୍ୟକାର,ନାଟ୍ୟ ନିର୍ଦ୍ଦେଶକ ଗୈାରୀ ଶଙ୍କର ଦାସଙ୍କ ନିଧନ

କରଞ୍ଜିଆ : ବିଶିଷ୍ଟ ନାଟ୍ୟକାର,ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟାଭିନେତା ଗୈାରୀ ଶଙ୍କର ଦାସଙ୍କ ଆଜି ସକାଳେ 75ବର୍ଷ ବୟସରେ ତାଙ୍କ ପୈତୃକ ଗୃହରେ ନିଧନ ହୋଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ 6 ମାସରୁ ଉର୍ଧ ସମୟ ଧରି ପୀଡିତ ଥିଲେ। ତାଙ୍କ ନିଧନରେ କଳା ଜଗତରେ ଅପୂରଣୀୟ କ୍ଷତି ଘଟିଛି। ସେ ଜଣେ କଳାଜଗତର କିମ୍ବଦନ୍ତୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୀତ ରଚନା,ମଞ୍ଚ ଅଭିନୟ,ମଞ୍ଚ ସାଜସଜ୍ଜା ଠାରୁ ଆରମ୍ଭ କରି ମଞ୍ଚ ପରିଚାଳନା, ନିର୍ଦ୍ଦେଶନା ସଵୁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତାଙ୍କର ଥିଲା।  ଓଡିଶା ରେ ଚର୍ଚ୍ଚିତ ନାଟକ “ଉଡିଗଲେ ଗେଣ୍ଡାଳିଆ,  ଝାଡିଦେଲେ ପର”,”ମୁଠାଏ ମାଟି “ଏମିତି ବହୁ ନାଟକ କୁ ନେଇ ଚହଳ ସୃଷ୍ଟି କରିଥିଲା, ତାଙ୍କର ଵହୁ କଳାକାର ଛାତ୍ର ଆଜି ନାଟ୍ୟ ଜଗତରେ ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱର୍ଗତ ରାଇମୋହନ ପରିଡା, ସ୍ୱର୍ଗତ ସଲିଲ ମିତ୍ର, କାବୁ ଦାସ ଅଧିକାରୀ,ଭୁବନ ବିହାରୀ ସାହୁ,ଯୁଗଳ ପଟ୍ଟନାୟକ, ସ୍ଵରୁପ କୁମାର ପରିଜା,  ନିତ୍ୟାନନ୍ଦ ଦାସ, ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ କରୁଣାକର ଦାଶ ,ଲିପୁ ସାହୁ, ବିକାଶ ସାହୁ,ଗୈାରୀ ଶଙ୍କର ସିହ୍ନା ଓ ବିବେକାନନ୍ଦ ଦାସ ଅନ୍ୟତମ। ସେ 1983 ମସିହା ରେ ତୃତୀୟ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା ରେ ରାଜ୍ୟ ସରକାର ଙ୍କ ଠାରୁ ଶ୍ରେଷ୍ଠ ନାଟ୍ୟକାର ଭାବେ ପୁରସ୍କୃତ ହୋଇଥିଲେ, ଉପଖଣ୍ଡ ପ୍ରଶାସନ ତଥା ଜାତୀୟ ଦିବସ ପାଳନ କମିଟି, କରଞ୍ଜିଆ ପକ୍ଷରୁ ସ୍ୱାଧୀନତା ଦିବସ ରେ ଶ୍ରେଷ୍ଠ ନାଟ୍ୟକାର ଭାବେ ପୁରସ୍କୃତ ହୋଇଥିଲେ.ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଗୋଟିଏ ପୁତ୍ର ଓ 4 କନ୍ୟା ଉପସ୍ଥିତ ଥିଲେ। ତାଙ୍କ ମର ଶରୀରକୁ ସ୍ଥାନୀୟ ଦେଓ ନଦୀ କୂଳରେ ସତ୍କାର କରାଯାଇଛି, ତାଙ୍କ ବଡ ଝିଅ ଙ୍କ ପୁଅ ନାତି ପଦ୍ମ ଲୋଚନ ଚକ୍ର ମୁଖାଗ୍ନି ଦେଇଛନ୍ତି । ତାଙ୍କ ମର ଶରୀରକୁ ଶେଷ ଦର୍ଶନ ନିମନ୍ତେ କରଞ୍ଜିଆର ବରିଷ୍ଠ ନାଗରିକ ସଂଘ ସମ୍ପାଦକ ସର୍ବେଶ୍ଵର ମିଶ୍ର, ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ କରୁଣା କର ଦାଶ, ଭୁବନ ବିହାରୀ ସାହୁ, ନାଟ୍ୟକାର ଉମାକାନ୍ତ ସାହା ତଥା ବହୁ ବରିଷ୍ଠ ନାଗରିକ ,ସାମ୍ବାଦିକ,ପଲ୍ଲବୀ ନାଟ୍ୟ ସଂସ୍ଥା ସଦସ୍ୟ ଗଣ ତାଙ୍କ ବାସ ଭଵନରେ ପହଁଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତ କରିଥିଲେ।

Comments (0)
Add Comment