ବୀରମିତ୍ରପୁରରେ କ୍ରାଇମ୍ଇବ୍ରାଞ୍ଚ ଟିମ୍

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଂଚଳରେ ନାବାଳିକାଙ୍କୁ ବଳାତ୍କାର ଓ ଗର୍ଭପାତ ଘଟଣାର ତଦନ୍ତ କ୍ରାଇମ୍ଇବ୍ରାଞ୍ଚ ଟିମ୍ ଆରମ୍ଭ କରିଛି । ଜଣେ ମହିଳା ଡିଏସ୍ପିଙ୍କ ନେତୃତ୍ୱରେ ଆସିଥିବା ୪ ଜଣିଆ ଟିମ୍ ବୀରମିତ୍ରପୁର ଥାନାରେ ତନାଘନା ଚଳାଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ନିଲମ୍ବିତ ଥାନା ଅଧିକାରୀଙ୍କ ଟେର ମିଳୁନି । ପୋଲିସ ଡିଜି ଅଭୟ ଉକ୍ତ ଘଟଣାର କ୍ରାଇମ୍ଇବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିବା ବେଳେ କ୍ରାଇମ୍ଇବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଘଟଣାର ତଦନ୍ତ ଲାଗି ଜଣେ ମହିଳା ଡିଏସ୍ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ସୁନ୍ଦରଗଡ଼ ଯାଇଛନ୍ତି । ତଦନ୍ତ ପ୍ରକ୍ରିୟା ସମୀକ୍ଷା କରୁଛନ୍ତି କ୍ରାଇମ୍ଇବ୍ରାଞ୍ଚ ଏସ୍ପି । ଆଜି ସକାଳେ ମହିଳା ଡିଏସ୍ପିଙ୍କ ନେତୃତ୍ୱରେ ଏହି ଟିମ୍ ସୁନ୍ଦରଗଡ଼ରେ ପହଂଚିଥିଲେ । ସେଠାରୁ ଟିମ୍ର ସଦସ୍ୟ ସନ୍ଧ୍ୟା ସାଢେ଼ ୫ଟାରେ ବୀମିତ୍ରପୁର ଥାନାକୁ ଆସିଥିଲେ । ଥାନାରେ ବୀରମିତ୍ରପୁର ଏସ୍ଡିପିଓ ନିବେଦିତା ସୋରେଙ୍ଗ ଓ ବର୍ତମାନର ଥାନା ଅଧିକାରୀ ସିଗ୍ଧାରାଣୀ ସୁନାଙ୍କୁ ପଚାରାଉଚରା କରିଛନ୍ତି । ଏହି ଟମ୍ ରାଏବଗା ଥାନାକୁ ଯାଇ ସେଠାରୁ ନିଲମ୍ବିତ ଥାନା ଅଧିକାରୀ, ଗର୍ଭପାତ କରାଇଥିବା ଡାକ୍ତରଙ୍କ ସମେତ ୫ ଜଣଙ୍କ ବିରୋଧରେ ହୋଇଥିବା ମାମଲାର ଯାଂଚ କରିବେ । ପରେ ପୀଢ଼ିତା ଚିକିତ୍ସା ହେଉଥିବା ରାଉରକେଲା ସରକାର ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କୁ ପଚାରଉଚରା କରିବେ । ପୋଲିସ କି କି ପଦକ୍ଷେପ ନେଇଛି ତାହାର ମଧ୍ୟ ତଦନ୍ତ କରିବେ ।

Comments (0)
Add Comment