ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ରାଜ୍ୟର ସହରାଞ୍ଚଳରେ ବୁଲା ଗାଇ ଗୋରୁ ଓ କୁକୁରଙ୍କୁ ଖାଦ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୬୦ ଲକ୍ଷଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟର ୬୧ ପୌରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟର ୫ଟି ନିଗମ ପାଇଁ ଦୈନିକ ୨୦ ହଜାର ଟଙ୍କା ବୈୟ କରାଯାଉଥିଲା ବେଳେ ପୌର ସଂସ୍ଥା ପାଇଁ ୫ହଜାର ଓ ଏନଏସି ପାଇଁ ୨ହଜାର ଟଙ୍କା ବ୍ୟୟ ବ୍ୟବସ୍ଥା ରହିଛି ।