ବେଆଇନ ପାର୍କିଂ : ଚଢାଉ ଜୋରଦାର

ଭୁବନେଶ୍ୱର: ବେଆଇନ ପାର୍କିଂକୁ ନେଇ ପୁଣି ଥରେ ଚଢ଼ଉ ଜୋରଦାର ହୋଇଛି । ପୂର୍ବରୁ କୋଭିଡ କଟକଣା ନେଇ କୋହଳ କରାଯାଇଥିବା ବେଳେ ଏବେ କୋଭିଡ କଟକଣା କୋହଳ ହୋଇଛି । ହେଲେ ଲୋକମାନେ ଅଭ୍ୟାସ ଛାଡ଼ି ନାହାନ୍ତି । କିଛି ଦିନ ସଚେତନ କରିବା ପରେ କମିସନରେଟ୍ ଟ୍ରାପିକ୍ ପକ୍ଷରୁ ଚଢ଼ଉ ଜୋରଦାର କରାଯାଇଛି । ଏକନମ୍ବର ହାଟ ସାମ୍ନାରୁ ୨୦ ଓ ନାଲ୍କୋ ଛକ ପାଖ ଫଳ ବଜାରରୁ ୨୦ ବାଇକ୍ ପୋଲିସ ଉଠାଇ ଆଣିଛି । ପରେ ଗାଡ଼ିମାଲିକମାନେ ଟ୍ରୋଫିକ୍ ଏସିପିଙ୍କ କାର୍ଯ୍ୟାଳୟ ଆସି ଜରିମାନା ଦେବା ପରେ ଗାଡ଼ି ନେଇଛନ୍ତି । ଏ ବାବଦରେ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଆଗକୁ ଚଢ଼ଉ ଜୋରଦାର ହେବ ବୋଲି ପୋଲିସ କହିଛି । ସୂଚନା ମୁତାବକ, ଏକ ନମ୍ବର ମାକେର୍ଟ ସାମ୍ନାରେ ବାଇକ୍ ପାର୍କିଂ ବାରଣ କରାଯାଇଥିଲା । ଏଥିପାଇଁ ମାକେର୍ଟ ପାଶ୍ୱର୍ ଓ ପଛରେ ଦୁଇଟି ସ୍ଥାନ ନିରୂପଣ କରା ଯାଇଥିଲା । ଅନେକ ଦିନ ଧରି ସେଠାରେ ଡିଜିଟାଲ ସଚେତନାତା ବୋର୍ଡ ଲାଗିବା ସହ ପୋଲିସ ମାଇକ୍ ଜରିଆରେ ସଚେତନ କରିଥିଲା । ଏହାପରେ କରୋନାା ପାଇଁ ଭିତରେ ହାଟ ବାରଣ କରାଯିବାରୁ ଏଠାରେ ପରିବା ବ୍ୟବସାୟୀଙ୍କୁ ବସିବା ପାଇଁ ଦିଆଯାଇଥିଲା । କୋଭିଡ କଟକଣା କୋହଳ ହେବା ପରେ ପରିବା ଦୋକାନୀ ଭିତରକୁ ଚାଲି ଯାଇଥିଲେ । ଏହା ପରେର ଏଠାରେ ବେଆଇନ ଭାବରେ ପାର୍କିଂ ଆରମ୍ଭ ହୋଇଥିଲା । ଏବେ ନୂଆ ଡିସିପି ସୌମ୍ୟା ମିଶ୍ର କାର୍ଯ୍ୟରେ ଯୋଗ ଦେବା ପରେ ପୁଣି ଥରେ ଚଢ଼ଉ କରିବା ପାଇଁ ସ୍ଥିର କରିଛନ୍ତି । ଆଗକୁ ଲେନ୍ ଡ୍ରାଇଭିଂ ଓ ରଙ୍ଗରୁଟ୍ ଚାଳନାକୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି କୁହାଯାଇଛି ।

Comments (0)
Add Comment