ବେଆଇନ ରାସ୍ତା ନିର୍ମାଣ : ୩ଗିରଫ

ଚମ୍ପୁଆ: ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲ ମଝିରେ ଗଛକାଟି ମେସିନ ସାହାଯ୍ୟରେ ଖଣିଜ ଦ୍ରବ୍ୟ ପରିବହନ କରିବାକୁ ଯୋଜନା କରି ଏକ ରାସ୍ତା କାମ କରାଯାଉ ଥିଲା ।ବେଆିଇନ ଗଛ କଟା ଓ ରାସ୍ତା କାମକୁ ନେଇ ବାମେବାରୀ ବନପାଳ ୩ଜଣକୁ ଗିରଫ କରିଥିବା ଜଣାଯାଇଛି ମିଳିଥିବା ସୂଚନା ଅନୁସାରେ ବାମେବାରୀ ସେକସନର ପୀଢ଼ପୋଖରୀ ସଂରକ୍ଷିତ ଜଙ୍ଗଲରେ ଏକ ଜେସିବି ମେସିନ ସାହାଯ୍ୟରେ ଶତାଧିକ ଗଛକଟା ଯାଇ ରାସ୍ତା ନିର୍ମାଣ କରାଯାଉ ଥିବା ଖବର ପାଇ କେନ୍ଦୁଝର ବନ ବିଭାଗର ଏସି ଏଫ ଘନଶ୍ୟାମ ମହାନ୍ତିଙ୍କ ନିଦେ୍ର୍ଧଶ କ୍ରମେ ବାମେବାରୀ ଫରେଷ୍ଟର ଜତିନ ସାହୁ,ଚମ୍ପୁଆ ରେଞ ଅଫିସର ଘାସିନାଥ ପାତ୍ର,ସଦଳ ବଳେ ଚଢ଼ାଉ କରି ୩ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଏକ ଜେସିବି ମେସିନ ଓ ଏକ ଟ୍ରଲର ଗାଡିକୁ ଜବତ କରିଛନ୍ତି ।ୠିରଫ ବ୍ୟକ୍ତିମାନେ ହେଲେ ଝାଡଖଣ୍ଡ ରାଜ୍ୟ ଜାମଦା ଅଞଳର ହାସିମ ରାଜା,ମହେଶ ସିଂ,ଓ ଅରବିନ୍ଦ ସିଂ, ବୋଲି ଜଣାପଡିଛି । ଏମାନଙ୍କୁ ସେହି ଅଞଳର ଶାନ୍ତନୁ ବାରିକ ନାମକ ଜନୈକ ବ୍ୟକ୍ତି ବନ ବିଭାଗଠାରୁ୧୫୦୦ଗଛ କଟା ଯିବା ର ଅନୁମତ ସହିତ ିରାସ୍ତାକାମ କରାଯିବାର ଅନୁମତି ତôବାର ଦର୍ଶାଇ କାମ କରାଇ ଥିବା ଗିରଫ ବ୍ୟକ୍ତିମାନେ କହିଛନ୍ତି । । ବନ ବିଭାଗ ତରଫରୁ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଜଣାାଯାଇଛି ।

Comments (0)
Add Comment