ବ୍ରହ୍ମକମଳ ଫୁଲ ଦେଖିବାକୁ ପ୍ରବଳ ଭିଡ

ଗୋପ: ଗୋପ ନିକଟସ୍ଥ କୁଶୁପୁର ର ସୁଦର୍ଶନ ପରମାଣିକଙ୍କ ଛାତ ଉପରେ ଲାଗି ଥିବା ବ୍ରହ୍ମକମଳ ବୃକ୍ଷରେ ଏକ କାଳିନ ୪ ଗୋଟି ବ୍ରହ୍ମକମଳ ଫୁଲ ଫୁଟିଛି । ଏହି ଫୁଲ ଫୁଟିବା ନେଇ ଜଣା ପଡ଼ିବା ପରେ ସୁଦର୍ଶନ ଙ୍କ ଘରେ ପ୍ରବଳ ଭୀଡ ଦେଖିବାକୁ ମିଳିଥିଲା । କେହି ଫୁଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ହେବା ପାଇଁ ଏହି ଫୁଲ ଫୁଟି ଥାଏ ବୋଲି କହୁଥିବା ବେଳେ ଆଉ ଏପରି ଏକ ଫୁଲ ଫୁଟିବା ଦ୍ୱାରା କରୋନା ମହାମାରୀ ର ଲୋପ ହୋଇ ଯିବାର ସମୟ ଆସିଛି ବୋଲି କହୁଥିଲେ ।ଆଉ ମଧ୍ୟ ଇନ୍ଦ୍ର ଦେବତା ଙ୍କ ଫୁଲ ବୋଲି କହୁଥିଲେ । ସାଧାରଣ ଲୋକ ମାନେ ଏହି ଫୁଟି ଥିବା ବୃକ୍ଷ କୁ ମୁଣ୍ଡିଆ ମାରିବା ଦେଖିବାକୁ ମିଳିଥିଲା । ସୁଦର୍ଶନ ଙ୍କ ପରିବାର ପକ୍ଷରୁ ଏହି ଫୁଲ ଫୁଟି ଥିବା ବୃକ୍ଷ ମୂଳରେ ଦୀପ ଦାନ କରାଯାଇଥିଲା । ଗୋପ ବ୍ଲକ ଅଞ୍ଚଳ ରେ ବ୍ରହ୍ମକମଳ ଫୁଲ ଏକ କାଳିନ ୪ ଗୋଟି ଫୁଟିବା ପ୍ରଥମ ବୋଲି କୁହାଯାଇଛି ।

Comments (0)
Add Comment