ବ୍ରହ୍ମପୁର ଜେଲ୍ରେ ୪୬ ପଜିଟିଭ୍

ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୬ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ବ୍ରହ୍ମପୁର ମଣ୍ଡଳ କାରାଗାର ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜେଲ୍ରେ ଜଣେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଛି ।
ତାଙ୍କର ଚିକିତ୍ସା ସେଠାରେ ଚାଲିଥିବା ସମୟରେ ଅନ୍ୟ କଏଦୀଙ୍କ ନମୂନା ପରୀକ୍ଷା କରାଯାଇଥିଲା । ମୋଟ୍ ୯୪୪ ଜଣ କଏଦୀଙ୍କ ମଧ୍ୟରୁ ୮୦ କଏଦୀଙ୍କ ସମେତ ୨ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା ଗତକାଲି କରାଯାଇଥିଲା । ଏହା ମଧ୍ୟରୁ ୪୬ ପଜିଟିଭ୍ ଆସିଛି । ଏହି ସମସ୍ତ ପଜିଟିଭ୍ଙ୍କୁ ଜେଲ୍ ଭିତରେ ଖୋଲାଯାଇଥିଲା ଶହେ ଶର୍ଯ୍ୟା ବିଶିଷ୍ଟ ନୂଆ କୋଭିଡ୍ କେୟାର ସେଂଟରରେ ଭର୍ତି କରାଯାଇଛି । ଜେଲ୍ ମଧ୍ୟରେ କରୋନା ଚିହ୍ନଟ ହେବା ଘଟଣା ଜେଲ୍ କର୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି ।

Comments (0)
Add Comment