ବ୍ରହ୍ମପୁର ସହରରେ ପୂଜା ପାଇବେ ମାଁ ଦୂର୍ଗା !

ବ୍ରହ୍ମପୁର: ପୌରାଣିକ ପରମ୍ପରା ଓ ପୂଜାର୍ଚ୍ଚନାର ରୀତିନିତି କୁ ବଜାୟ ରଖିବା ଲାଗି ଦୀର୍ଘଦିନ ଧରି ଲାଗିରହିଥିବା ଦ୍ୱନ୍ଦରେ ପୁର୍ଣ୍ଣଛେଦ ପକାଇ ଚଳିତ ବର୍ଷ ପୂଜା ମଣ୍ଡପ ଗୁଡିକରେ ପୁଜା କରିବା ଲାଗି ସବୁଜ ସଙ୍କେତ ଦେଇଛି ଗଂଜାମ ଜ଼ିଲ୍ଲା ପ୍ରଶାସନ । ଏହି ପୌରାଣିକ ସହରରେ ଦଶହରା ପର୍ବ ଠାରୁ ମାଁ କାଳୀଙ୍କ ପୂଜାପର୍ବ ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରକାରେ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିବା ଲାଗି ପ୍ରଶାସନ ଘୋଷଣା କରିବା ପରେ ସାରା ଜ଼ିଲ୍ଲାରେ ଏକ ଖୁସୀର ବାତାବରଣ ସୃଷ୍ଟି ହୋଇଯାଇଛି । ସହରରେ ଥିବା ବହୁ ପୂଜାକମିଟି ଙ୍କ ମଧ୍ୟରେ ଏକ ଖୁସୀର ଲହରୀ ଖେଳିଯାଇଛି । ଅତି ବିଳମ୍ବରେ ହେଲେ ମଧ୍ୟ ମାଁଙ୍କୁ ଆବାହାନ କରିବାକୁ ନିଷ୍ପତି ମିଳିଥିବା ବେଳେ ମାଁଙ୍କ ମୂର୍ତୀତିଆରି କରିବାରେ ଲାଗିପଡିଛନ୍ତି ବହୁ କାରିଗରୀ । ରେଶମ ସହରରେ ଚଳିତ ବର୍ଷ ପୂଜାପାଇବେ ମାଁ ଦଶଭୂଜା । କରୋନାର କୋପକୁ ସଂଘାର କରିବା ଲାଗି ଧରାପୃଷ୍ଠକୁ ଅବତରଣ କରିବେ ମାଁ ଦୂର୍ଗା ମହୀଶାମର୍ଦ୍ଧିନୀ । ଏହି ସହରର ବର୍ଷବର୍ଷର ପରମ୍ପରାକୁ ଜୀବୀତ ରଖିବା ପାଇଁ ଗ୍ରୀନ ସିଗନାଲ୍ ମିଳିଯାଇଛି । ସହରରେ ନିର୍ମିତ ହୋଇଥିବା ବିଭିନ୍ନ ପୂଜା ମଣ୍ଡପ ଗୁଡିକୁ ଆଲୋକ ସାଜସଜ୍ଜାରେ ପୂଜା କରିପାରିବେ ପୂଜା କମିଟି । ପୂଜା ମଣ୍ଡପ ଭିତରେ ମୋଟ ୪ ରୁ ୬ ଜଣ ହିଁ ରହିପାରିବେ । ପ୍ରତି ବର୍ଷ ଭଳି ଚତୁପାଶ୍ୱର୍ରେ ପୂଜାମଣ୍ଡପ ଗୁଡିକ ବେଢା ହୋଇପାରିବ । ସର୍ବ ମୋଟ ଦୂର୍ଗାଙ୍କ ମୂର୍ତୀ ପ୍ରାୟ ୪ ରୁ ୫ ଫୁଟ ଉଚ୍ଚତା ବିଶିଷ୍ଟ ହିଁ ହୋଇପାରିବ ।

Comments (0)
Add Comment