ବାଲିକୁଦା: ବାଲିକୁଦା ଅବକାରି ଓ ବାଳିକୁଦା ଥାନା ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ବ୍ରାହ୍ଣଣଡିହି ଗାଁରୁ ୧୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ବ୍ରାଉନ ସୁଗାର କାରବାରରେ ଲିପ୍ତ ଥିବା ଅଭିଯୋଗରେ ବାବାଜି ପଣ୍ଡା ନାମକ ଜଣେ ଯୁବକକୁ ଗିରଫ କରାଯାଇ କଲୋର୍ଟ ଚାଲାଣ କରାଯାଇଛି । ବାଲିକୁଦା ଅବକାରୀ ଥାନାରେ ମଧ୍ୟ ୨୭/୨୦ରେ ଏକ ମାମଲା ରୁଜୁ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଆଜି ଭୋର ୫ ଟା ସମୟରେ ଅନନ୍ତପୁର ଫାଣ୍ଡି ଅଧୀନ ବ୍ରାହ୍ମଣଡିହି ଗାଁରେ ବାଲିକୁଦା ପୁଲିସ ଓ ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲାା ବାବାଜି ଘରେ ଏହି ନିସା ଦ୍ରବ୍ୟ ରଖି ବେପାର କରୁଥିବା ଖବର ଅବକାରି ବିଭାଗ ପାଖରେ ପହଞ୍ଚି ଯାଇଥିଲା । ତାକୁ ଧରିବା ପାଇଁ ଆଜି ଏକ ଟିମ ବ୍ରାହ୍ଣଡିହି ଗାଁରେ ପହଞ୍ଚି ତାର ଘର ଉପରେ ଅତର୍କୀତ ଭାବେ ଚଢଉ କରିଥିଲେ । ପରେ ଉକ୍ତ ନିଶା ଦ୍ରବ୍ୟକୁ ଜବତ କରାଯିବା ସହିତ ବାବାଜିକୁ ଗିରଫ କରାଯାଇଥିଲା । ସୂଚନା ଥାଉକି ଗତ ଦୁଇ ବର୍ଷ ହେବ ଏହି ଅଞ୍ଚଳରେ ଅନ୍ୟ ଜଣେ ନିସା ବେପାରୀ ନିଶା କାରବାର କରି ଆସୁଥିଲା । ମାତ୍ର ପୁଲିସ ହାତରେ ଧରା ପଡ଼ି ଜେଲ ଯିବା ଫରେ ସେ ବେପାର ଛାଡି ଦେଇଥିଲା । ମାତ୍ର ପରେ ବାବାଜି ଏହି ରାସ୍ତାକୁ ଧରି ନେଇଥିଲା ଓ ବେପାର ଚଳାଇ ଆସୁଥିଲା । ଏହି ଚଢାଉରେ ବାଲିକୁଦା ଅବକାରୀ ଏସଆଇ ନିଳିମା ଜୟନ୍ତୀ ସ୍ୱାଇଁ, ଜଗତସିଂହପୁର ସଦର ଏସଆଇ ସସ୍ମିତା ହୋତା, ବାଲିକୁଦା ଥାନା ଏଏସଆଇ ନିତ୍ୟାନନ୍ଦ ସ୍ୱାଇଁପ୍ରମୁଖଙ୍କ ସମେତ ଅବକାରୀ କନ୍ଷ୍ଟେବଲ ପ୍ରକାଶ ରାଉତ, ସବିତା ନାୟକ, ଚିତରଂଜନ ଦାଶ, ହିମାଂଶୁ ନାୟକ, ସରୋଜ ସାହୁ, ନବଘନ ମାରାଣ୍ଡି, କଲ୍ୟାଣି ସେଠୀ ପ୍ରମୁଖ ସାମିଲ ଥିଲେ ।