ବ୍ଲକ ଅଧ୍ୟକ୍ଷ ଙ୍କ ନିଆରା ପ୍ରୟାସ; ଗୋଲାମୁଣ୍ଡାରେ ପ୍ରଥମ ଥର ପାଇଁ ଘର ଘର ଚାଲ କାର୍ଯ୍ୟକ୍ରମ

ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

ଗୋଲାମୁଣ୍ଡା : ରାଜ୍ୟ ସରକାରଙ୍କ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା । ଚାଉଳ ଯୋଗାଣ ହେଉ କି ବାର୍ଦ୍ଧକ୍ୟ ଭତ୍ତା ,ପାନୀୟ ଜଳ ,ବିକଳାଙ୍ଗ ଭତ୍ତା ଏହି ଯୋଜନା କେତେ ଯେ କାର୍ଯ୍ୟକାରୀ ଓ କେଉଁ ହିତାଧିକାରୀ କେଉଁ ଯୋଜନାର ଲାଭ ପ୍ରକୃତ ପାଇଛନ୍ତି ନା ଯୋଜନା ହଡପ ହେଉଛି ତାର ଲାଭ ପାଇ ନାହାଁନ୍ତି. ତାହାର ଏକ ରିଏଲିଟି ଚେକ୍ କରିଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ । ଆଜି ବିଡ଼ିଓ, ସହକାରୀ ଯନ୍ତ୍ରୀ ସାଙ୍ଗକୁ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ତିନୋଟି ୟୁନିଟ କରି ଘର ଘର ଚାଲ ଅଭିଯାନ କରିଛନ୍ତି l ଏହି ଅବସର ରେ ଆଜି ପ୍ରଥମ କରି ମହାଲିଙ୍ଗ ଗ୍ରାମ ପଞ୍ଚାୟତ ମହାଲିଙ୍ଗ, ବେତରାଜପାଲି, କୋଦୋଭଟା ସମେତ ୧୧ଗୋଟି ୱାର୍ଡର ବିଭିନ୍ନ ଲୋକଙ୍କ ବିଭିନ୍ନ ଅଭିଯୋଗ ଯଥା ବିକଳାଙ୍ଗ ଭତ୍ତା ତିନୋଟି ଅଭିଯୋଗ ରୁ ତିନୋଟି ସମାଧାନ, ବାର୍ଦ୍ଧକ୍ୟ ଭତ୍ତା ୮୦ ଗୋଟି ଅଭିଯୋଗ ରୁ ୨୨ଟି ର ସମାଧାନ,ପିଇବା ପାଣି ସମସ୍ୟା ୭ଟି ଅଭିଯୋଗ ରୁ ୪ଟି ର ସମାଧାନ, ତହସିଲ ସମ୍ବନ୍ଧୀୟ ତିନୋଟି ଅଭିଯୋଗ ରୁ ଦୁଇଟି ସମାଧାନ, ଆବାସ ଗୃହ ସମସ୍ୟା ୨୨୪ଗୋଟି ୨୧ଗୋଟି ସମାଧାନ ,ପିଡିଏସ ଚାଉଳ ୯ ଗୋଟି ଅଭିଯୋଗ ରୁ ୯ଗୋଟି ସମସ୍ୟା ର ସମାଧନ ସମୁଦାୟକ୍ତ ୩୩୬ଗୋଟି ଅଭିଯୋଗ ରୁ ୬୧ଗୋଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l ବ୍ଲକର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ପ୍ରତି ସୋମବାର ଦିନ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି କାର୍ଯ୍ୟକ୍ରମ ହେବ ବୋଲି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକ, କନିଷ୍ଠ ଯନ୍ତ୍ରୀ ଚିତ ରଞ୍ଜନ ଜେନା ମିଶନ ଶକ୍ତି ବିପିଏମ୍ ସୁଧାଂଶୁ ବିଶ୍ଵାଳ, ଆବାସ ଯୋଜନା ବିଏଲ୍ସି ମଧୁସୂଦନ ସାହୁ ଓ ଦିନେଶ ପାନକା, ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବିହାରି, ସରପଞ୍ଚ ମହାଲିଙ୍ଗ ଗୌରୀ ଚନ୍ଦନ, ସମିତି ସଭ୍ୟ କିରଣ ସିଂ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ମହାପାତ୍ର, ଜିଆରଏସ ପପୁ ପାଣିଗ୍ରାହି ସମେତ ଗୋଲାମୁଣ୍ଡା ଉଦ୍ୟାନ ବିଭାଗର ପ୍ରତିମା ବେହେରା ବିଜୟ ପଣ୍ଡା, ନେତ୍ର ପ୍ରକାଶ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ l

Comments (0)
Add Comment