ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ବ୍ଲକ ସ୍ତରୀୟ ସୁରଭି ଓ ମିଲେଟ ମିଶନ ୨୦୨୩ କାର୍ଯ୍ୟକ୍ରମ ସ୍ଥାନୀୟ ମହତାବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚମ୍ପୁଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଡିଓ ରାଜା ବୀର ଵିକ୍ରମ ଵଳ । ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାଏକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ନାଏକ, ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ମହତାବ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲୋକନାଥ ଗୁଇଁ । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ , ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିବାରେ ରାଜ୍ୟ ସରକାରଙ୍କ ଏହା ଏକ ଉଚ୍ଚ କୋଟୀର ପଦକ୍ଷେପ ବୋଲି କହିଥିଲେ । ଚମ୍ପୁଆ ବ୍ଲକର ୧୩ଟି କ୍ଲଷ୍ଟରର ମୋଟ ୨୦୦ରୁ ଉର୍ଧ ଛାତ୍ରଛାତ୍ରୀ ୧୧ଟି ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେଇଥିଲେ । କନିଷ୍ଠ ଓ ଵରିଷ୍ଠ ବିଭାଗର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଭାଗର ପ୍ରତିଯୋଗୀତାରେ ଭାଗ ନେଇ ପ୍ରଶ଼ଂସନୀୟ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତା ଗୁଡିକର କୃତି ପ୍ରତିଯୋଗୀମାନେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବିଇଓ ପ୍ରକାଶ ସାହୁ,ଏଵିଇଓ ନରେନ୍ଦ୍ର ନାଏକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ଗିରିଜା ଶଙ୍କର କର, ମହତାବ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲୋକନାଥ ଗୁଇଁ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ସୁଦାମ ପଣ୍ଡା । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ କ୍ଲଷ୍ଟରର ସମସ୍ତ ସିଆରସି ଏବଂ ଶିକ୍ଷକ ନରୋତ୍ତମ ନାଏକ,ତୁଳସିରାମ ମହାନ୍ତ, ବିଜୟଲକ୍ଷ୍ମୀ ମହାକୁଡ଼, ମହତାବ ହାଇସ୍କୁଲର ଶିକ୍ଷକ ଗିରିଶ ଚନ୍ଦ୍ର ପ୍ରଧାନ,ଅମ୍ଵରିଶ ପ୍ରଧାନ, ଲୋପାମୁଦ୍ରା ବଡ଼ପଣ୍ଡା ଓ ଅନ୍ୟମାନେ ।