ବ୍ୟାଙ୍କ ସମୁହର ଜିଲ୍ଲା ପରାମର୍ଶ ଦାତା କମିଟି ବୈଠକ

ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମହାମାରୀ କରୋନା ଯୋଗୁ ବର୍ତମାନ ବାହାର ରାଜ୍ୟରୁ ବହୁ କୁଶଳୀ ପ୍ରବାସୀ ଫେରିଥିବାରୁ ସେମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ସମସ୍ତ ବ୍ୟାଙ୍କର ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଏତଦ୍ବ୍ୟତୀତ ମିଶନଶକ୍ତି,ସ୍ୱୟଂ ସହାୟକ ଗୋଷ୍ଠୀ,ଯୁବ ଉଦ୍ୟୋଗୀ, ଚାଷୀଙ୍କୁ ଋଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଜଗତସିଂହପୁର ଏକ କୃଷି ପ୍ରଧାନ ଜିଲ୍ଲା । ଜିଲ୍ଲାର ଲୋକମାନେ ଚାଷ, ମମତ୍ସ୍ୟଚାଷ,ପାନଚାଷ.ଗୋପାଳନ,କୁକୁଡା ଫାର୍ମ ଆଦି କରି ଚଳନ୍ତି । ସରକାରଙ୍କ ଜନକଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଆବଶ୍ୟକ ଋଣ ଓ ସବ୍ସିଡି ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ କୃଷି,ଉଦ୍ୟାନକୃଷି,କିଶାନ କ୍ରେଡିଟ୍ କାର୍ଡ,ମମତ୍ସ୍ୟଚାଷ,କୁକୁଡା ଚାଷ,ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ,ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଋଣ ପ୍ରଦାନ,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା,ବ୍ୟାଙ୍କିଙ୍ଗ ଇଣ୍ଡିକେଟର,ଓଡିଶା ଜୀବିକାମିଶନ, ଜାତୀୟ ସହରାଚଂଳ ଜୀବିକା ମିଶନ,ବୁଣାକାର ଓ କିଷାନ କ୍ରେଡିଟ୍ କାର୍ଡ ଓ ଋଣ ଆଦାୟ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି, ସହକାରୀ ଜେନେରାଲ ମ୍ୟାନେଜର,ନାବାର୍ଡ ଶ୍ରୀ ବିଶ୍ୱଭୂଷଣ ମହାନ୍ତି,ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ ସତୀଶ କୁମାର ମହାପାତ୍ର, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଆଚଂଳିକ ଅଧିକାରୀ ଶ୍ରୀ ଯଜେ୍ଞଶ୍ୱର ଷଡଙ୍ଗୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ,ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇ.ଓ ,ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ ଯୋଗଦେଇଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଆରସିଏଟ ର ନିର୍ଦେଶକା ରାଜଲକ୍ଷୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment