ଭାରତମାଳା ରାସ୍ତାରେ ବ୍ୟବହୃତ ନିର୍ମାଣ ସାମଗ୍ରୀର ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ

* କବାଡିକୁ ବିକ୍ରୟ କରିବାକୁ ଯାଇ ଧରାପଡ଼ିଲେ * ଅନ୍ୟ ଦୁଇ ଅଭିଯୁକ୍ତ ଫେରାର * ପୁଲିସ ପକ୍ଷରୁ ପ୍ରେସ୍ ବିବୃତି

 

ରାଇଘର : ଭାରତ ମାଳା ଯୋଜନାରେ ହେଉଥିବା ରାସ୍ତାର ନିର୍ମାଣ ସାମଗ୍ରୀ ଗୁଡ଼ିକ ଚୋରି ଘଟଣାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି | ଏଥିସହିତ ଏହି ଘଟଣାରେ ସମୃକ୍ତ ଆଉ ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ଏ ନେଇ ଆଜି ରାଇଘର ପୁଲିସ ପକ୍ଷରୁ ଏକ ପ୍ରେସ୍ ମିଟ କରି ସମସ୍ତ ବିଷୟ ଅବଗତ କରାଇଛନ୍ତି l              ସୂଚନା ଅନୁଯାୟୀ ଛତିଶଗଡ଼ରୁ ନବରଂଗପୁର ଜିଲ୍ଲା ରାଇଘର ଅଂଚଳ ଦେଇ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଭାରତ ମାଳା ରାସ୍ତା ନିର୍ମାଣ କାର୍ଯ୍ୟ ଏବେ ଜୋର୍ ସୋର୍‌ ଚାଲିଛି l କିଛି ଦିନ ଧରି ଏହି ରାସ୍ତାରେ ନିର୍ମାଣରେ  ବ୍ୟବହାର ହେଉଥିବା ଲୁହା ସାମଗ୍ରୀ ସବୁ ରାତାରାତି  ଚୋରୀ ହୋଇ କିଛି କବାଡ଼ି ଦୋକାନରେ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିଲା | ଫଳରେ ଏହି ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ଜନୈକ କର୍ମଚାରୀ ଜଣକ କିଛିଦିନ ଧରି ଅନୁଧ୍ୟାନ କରିବା ପରେ ସୁରାକ ପାଇ ରାଇଘର ଥାନାରେ ଅଭିଯୋଗ କରିଥିଲେ | ସ୍ଥାନୀୟ ଥାନାରେ ଏ ନେଇ କେସ ନମ୍ବର ୫୦/୨୩ ରେ ଏକ ମାମଲା ଋଜ୍ଜୁ କରି ପୁଲିସ ପକ୍ଷରୁ ତଦନ୍ତ ଚଳାଇବା ପରେ ଏହି ଘଟଣାରେ ସମୃକ୍ତ ୭ ଜଣଙ୍କ ମଧ୍ୟରୁ ଜଡ଼ାପାରା ଗ୍ରାମର ସନାରାମ ଗଣ୍ଡ , ଜଲାଙ୍ଗପାରା ଗ୍ରାମର ଦେବେନ ଘରାମି , ପାଉରବେଲା ୧ ଗ୍ରାମର ପରିତୋଷ ମଣ୍ଡଳ , ଜଲାଙ୍ଗପାରା ଗ୍ରାମର ବଙ୍କିମ୍ ମିସ୍ତ୍ରୀ ଓ ଦିଲୀପ ବିଶ୍ବାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତ ତୁରୁଡିହି (ଡିଏନ୍‌କେ) ଗ୍ରାମର ରମେନ ସିକଦାର ଓ ପାଉରବେଲା ୧ ଗ୍ରାମର ଦିଲୀପ ସିକଦାର ଫେରାର ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ଏହି ଘଟଣାରେ ଆଜି ରାଇଘର ପୁଲିସ ପକ୍ଷରୁ ପ୍ରେସ୍ ମିଟ କରି ସମସ୍ତ ସୂଚନା ପ୍ରଦାନ କରଥିଲେ ଏବଂ ଏହି ଘଟଣା ରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସ ଡି ପି ଓ ଶୁଭେନ୍ଦୁ ଶବର କହିଛନ୍ତି l ଏହି ପ୍ରେସ୍ ମିଟ ରେ  ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର , ରାଇଘର ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଉପସ୍ଥିତ ଥିଲେ | 

Comments (0)
Add Comment