ଭାରତରେ ନୋକିଆ ୫.୩ର ବିକ୍ରୟ ଆରମ୍ଭ


ଭୁବନେଶ୍ୱର: ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ଆଜି ଭାରତରେ ଏହାର ନୋକିଆ ୫.୩ର ବିକ୍ରି ଆରମ୍ଭ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି । ନୋକିଆ ୫.୩ରେ ଏକ ଏଆଇ-ପରିଚାଳିତ କ୍ୱାଡ୍ କ୍ୟାମେରା, କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ ୬୬୫ ମୋବାଇଲ ପ୍ଲାଟ୍ଫର୍ମ, ସିଗ୍ନେଚର ଟୁ-ୱେ ବ୍ୟାଟେରୀ ଲାଇଫ୍ ଭଳି ଫିଚର ରହିଛି । ଏହାର ଏଆଇ-ପରିଚାଳିତ କ୍ୱାଡ୍ କ୍ୟାମେରା ନାଇଟ୍ ମୋଡ୍ ମାଧ୍ୟମରେ କମ୍ ଆଲୋକରେ ମଧ୍ୟ ଉପଯୁକ୍ତ ସଟ୍ କ୍ୟାପ୍ଚର କରିପାରିଥାଏ । ୱାଇଡ୍-ଆଙ୍ଗେଲ ଓ ମାକ୍ରୋ ଲେନ୍ସ ଆପଣଙ୍କୁ କ୍ଲୋଜ୍-ଅପ୍ ସଟ୍ କ୍ୟାପଚର କରିବାରେ ସାହାଯ୍ୟ କରିଥାଏ । ଏବଂ ଏହାର ବିଶାଳ ୬.୫୫ ଇଂଚ୍ (୧୬.୬ ସେମି) ସ୍କ୍ରିନ୍ ସହିତ ନୋକିଆ ୫.୩ ଆପଣଙ୍କୁ ନିଜ ପସନ୍ଦର ଶୋ’ ଷ୍ଟ୍ରିମ୍ କରିବା, ସାରା ଦିନ ଗେମ୍ ଖେଳିବାରେ ସାହାଯ୍ୟ କରିଥାଏ । ନୋକିଆ ୫.୩ରେ ଏକ ସ୍ଥାୟୀ ଓ ଆକର୍ଷଣୀୟ ନୋର୍ଡିକ୍-ଅନୁପ୍ରାଣିତ ଡିଜାଇନ୍ ରହିଥିବା ବେଳେ ଏହା ଆଣ୍ଡ୍ରଏଡ୍ ୧୦ ସହିତ ଆସୁଛି ଏବଂ ପ୍ରଶଂସକଙ୍କୁ ଏକ ସମର୍ପିତ ବଟନ ମାଧ୍ୟମରେ ଗୁଗଲ ଆସିଷ୍ଟାଂଟ୍ ପାଇଁ ତକ୍ରାଳ ଆକ୍ସେସ୍ ପ୍ରଦାନ କରୁଛି । ଏହାର ୪୦୦୦ ମେଗାହର୍ଜ ବ୍ୟାଟେରୀ ଓ ଏଆଇ-ଆସିଷ୍ଟେଡ୍ ଆଡାପ୍ଟିଭ୍ ବ୍ୟାଟେରୀ ଫିଚର ଆପଣଙ୍କୁ ଚାର୍ଜ କରିବାର ଚିନ୍ତା ବିନା ଶୋ’ ଷ୍ଟ୍ରିମ୍ କରିବା ଓ ଗେମ୍ ଖେଳିବାରେ ସହଯୋଗ କରିଥାଏ ।
ଏହା ସମ୍ପର୍କରେ ଏଚ୍ଏମ୍ଡି ଗ୍ଲୋବଲର ଉପାଧ୍ୟକ୍ଷ ସନ୍ମିତ ସିଂହ କହିଛନ୍ତି ଯେ “ନୋକିଆ ୫.୩ ସହିତ ଆମର ଲକ୍ଷ୍ୟ ହେଉଛି ପ୍ରଶଂସକମାନଙ୍କୁ ଏକ ଉନ୍ନତ ଡିଭାଇସ୍ ପ୍ରଦାନ କରିବା ଯାହା ସେମାନଙ୍କୁ ଏକ ଭିନ୍ନ ଉପାୟରେ କଂଟେଂଟ୍ ସୃଷ୍ଟି କରିବା ଓ ଉପଭୋଗ କରିବାକୁ ଅନୁମତି ଦେବ । ସେହିଭଳି ନିଶାନ୍ତ ସର୍ଦାନା, କ୍ୟାଟାଗୋରୀ ଲିଡର- ମୋବାଇଲ ଫୋନ୍ସ, ଆମାଜନ୍ ଇଣ୍ଡିଆ କହିଛନ୍ତି ଯେ, “ନୂଆ ନୋକିଆ ୫.୩ ଆଜିର ୟୁଜର୍ଙ୍କ ପାଇଁ ଟେକ୍ନୋଲୋଜି ଓ ଡିଜାଇନ୍ର ଏକ ଉନ୍ନତ ମିଶ୍ରଣ, ଯାହାକି ଏହାର ମଜଭୁତ ନିର୍ମାଣ ସହ ଏହାର ଡିଜାଇନ୍, କ୍ୱାଡ୍କ୍ୟାମେରା ସେଟ୍ ଅପ୍ ଆମାଜନ୍ ଡଟ୍ ଇନ୍ରେ ଏହାର ମୂଲ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବ ।
ଡୁଆଲ ସିମ୍ର ନୋକିଆ ୫.୩ ଅନ୍ଲାଇନ୍ରେ ନୋକିଆ ଡଟ୍ କମ୍/ଫୋନ୍ସ ଓ ଆମାଜନ୍ ଡଟ୍ ଇନ୍ରେ ସିଆନ୍, ସ୍ୟାଣ୍ଡ ଓ ଚାର୍କୋଲ କଲର୍ରେ ୪ଜିବି/୬୪ଜିବି ଓ ୬ଜିବି/୬୪ ଜିବି ରାମ୍/ରମ୍ ଭାରିଆଂଟ୍ରେ ଯଥାକ୍ରମେ ୧୩,୯୯୯ ଟଙ୍କା ଓ ୧୫,୪୯୯ ଟଙ୍କାରେ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନ୍ର ସେଲ୍ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି । ନୋକିଆ ୫.୩ କିଣୁଥିବା ଜିଓ ସବ୍ସ୍କ୍ରାଇବର୍ମାନେ ୩୪୯ ଟଙ୍କାର ପ୍ଲାନ୍ ଉପରେ ୪୦୦୦ ଟଙ୍କା ମୂଲ୍ୟର ଲାଭ ପାଇପାରିବେ, ଯେଉଁଥିରେ ଜିଓଠାରୁ ୨୦୦୦ ଟଙ୍କାର ଇନ୍ଷ୍ଟାଂଟ୍ କ୍ୟାଶବ୍ୟାକ୍ ଓ ସହଯୋଗୀମାନଙ୍କଠାରୁ ୨୦୦୦ ଟଙ୍କା ମୂଲ୍ୟର ଭାଉଚର୍ ସାମିଲ ରହିଛି । ଏହି ଅଫର୍ ଉଭୟ ନୂଆ ଓ ବର୍ତମାନର ଜିଓ ସବ୍ସ୍କ୍ରାଇବର୍ଙ୍କ ପାଇଁ ଲାଗୁ ହେଉଛି ।

Comments (0)
Add Comment