କେଶଦୁରାପାଳ: ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି । ସୂଚନାରୁ ଜଣାଯାଏ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡପଡା ଗ୍ରାମ ଗୌଡ଼ ଡିହାର କାହୁ ଚରଣ ପାତ୍ର (୬୦) ନାମକ ଜଣେ ବୃଦ୍ଧ ଦିନ ସମୟରେ ନିକଟ ଜଙ୍ଗଲକୁ ଦାନ୍ତକାଠି ପାଇଁ ଯାଇ ୪ଟା ସମୟରେ ଘରକୁ ଫେରୁଥିବା ବେଳେ ହଠାତ୍ ଏକ ଭାଲୁ ହାବୁଡରେ ପଡି ଯାଇଥିଲା ଭାଲୁ ସହ କାହୁ ପାତ୍ର ବହୁତ ସଂଗ୍ରାମ କରିବା ପରେ କିଛି ଲୋକ ଦେଖି ଥିଲେ ସେମାନେ ଭାଲୁକୁ ଘଉଡାଇ ଦେବାରୁ କାହ୍ନୁ ବଂଚି ଯାଇଛି ହେଲେ ଭାଲୁ କାହ୍ନୁର ଦୁଇ ଗୋଡ଼କୁ ଆକ୍ରମଣ କରିଥିଲା ନିକଟରେ ଥିବା ଲୋକମାନେ ପାଟି କରିବାରୁ ଭାଲୁ ଛାଡି ଚାଲିଯାଇଥିଲା । ଗୁରୁତର ଅବସ୍ଥାରେ କାହ୍ନୁକୁ ଦମକଳ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇ ଥିବା ଜଣାପଡିଛି ।