ଭାଲୁ ଆକ୍ରମଣରେ ୩ ଗୁରୁତର


କେନ୍ଦୁଝର: କେନ୍ଦୁଝର ସହର ନିକଟବର୍ତୀ ନରଣପୁର ହାଇସ୍କୁଲ ପାଖରେ ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିେରେ ଏକ ଭାଲୁ କୋଳି ଖାଇବାକୁ ନରଣପୁର ହାଇସ୍କୁଲ ପରିସରକୁ ପଶି ଆସିଥିଲା । ତେବେ ରାତିରେ କୋଳି ଖାଇବା ପରେ ଭାଲୁଟି ଆଉ ଯାଇ ପାରି ନଥିଲା ।
ଆଜି ସକାଳେ ଲୋକେ ଏହାକୁ ଦେଖି ଘଉଡାଇବା ବେଳେ ଭାଲୁଟି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଝାମ୍ପି ପଡିଥିଲା । ଫଳରେ ନରଣପୁର ଭାଗବତ ସାହୁ (୪୮), ମାୟାଧର ବେହେରା (୫୦) ଏବଂ ବସନ୍ତ କୁମାର କର (୫୭) ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

Comments (0)
Add Comment