ପୁରୀ: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୂବନେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ସର୍ଚ ୱାରେଣ୍ଟ ବଳରେ ଭୂବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର ଟିମ୍ ଆଜି ସକାଳେ ପୁରୀ ତହସିଲ କାର୍ଯ୍ୟାଳୟର କାର୍ଯ୍ୟରତ ତଥା ପୁର୍ବତନ ରାଜସ୍ୱ ନିରୀକ୍ଷକ ବସନ୍ତ କୁମାର ମହାନ୍ତିଙ୍କ ଫ୍ରେଣ୍ଡ୍ସ କ୍ଲବ ସ୍ଥିତ ବାସଭବନ ସମ୍ମେତ ଆଠ ଗୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଚଢ଼ାଉ ସମୟରେ ବସନ୍ତ ଏବଂ ତାଙ୍କ ପରିବାରର ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୫୩ ଲକ୍ଷ ୪୯ ହଜାର ୬୭ ଟଙ୍କା ହୋଇଥିବା ଭିଜିଲାନ୍ସ ଆକଳନ କରିଛି । ଏ ନେଇ ରାଜ୍ୟ ଦୁର୍ନିତୀ ନିବାରଣ ନିଦେ୍ର୍ଧଶାଳୟ, କଟକର ଏସ୍ପି (କୋଅଡର଼୍ିନେସନ୍) ସୂଚନା ଦେଇଛନ୍ତି । ଭିଜିଲାନ୍ସ ବିଭାଗ ସୂଚନା ମୁତାବକ ବସନ୍ତଙ୍କର ପୁରୀ ବାଲିଘାଟ ନିକଟରେ ଥିବା ୩ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୪୯ ଲକ୍ଷ ୬୮ ହଜାର ୯୩୩ ଟଙ୍କା । ପୁରୀ ଚର୍ଚ୍ଚ ଲେନ୍ରେ ଥିବା ଏକ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୨୬ ଲକ୍ଷ ୭ ହଜାର ୪ଶହ ଟଙ୍କା । ସେହିପରି ପୁରୀରେ ୨ଟି ଏକ ମହଲା ବିଶିଷ୍ଟ ଗୃହର ମୂଲ୍ୟ ୭୧ ହଜାର ୩୭୨ ଟଙ୍କା ଅଟେ । କେନ୍ଦ୍ରାପଡ଼ାରେ ଥିବା ପୈତୃକ ଘରର ମୂଲ୍ୟ ୧୧ ଲକ୍ଷ ୬୪ ହଜାର ୭୨୨ ଟଙ୍କା । ପୁରୀରେ ଥିବା ଏକ ପ୍ଲଟର ମୂଲ୍ୟ ୧ ଲକ୍ଷ ୫୦ ହଜାର । ସେହିପରି ୨ ଲକ୍ଷ ୧୨ ହଜାର ୯୧୦ ଟଙ୍କା ମୂଲ୍ୟର ୫ ଟି ବାଇକ୍ ଓ ସ୍କୁଟି ରହିଛି । ବିଭିନ୍ନ ବ୍ୟାଙ୍କରେ ମୋଟ ୫୨,୧୫,୭୩୭ ଟଙ୍କା ଜମା ରହିଛି । ସେହିପରି ୩,୨୦,୦୦୦ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ରହିଛି । ନଗଦ କ୍ୟାସ ୭୭ ହଜାର ୮୩୮ ଟଙ୍କା ଓ ୨,୬୮,୦୯୫ ଟଙ୍କା ମୂଲ୍ୟର ଗୃହ ଉପକରଣ ସମ୍ପତ୍ତି ରହିଛି । ଏହିପରି ମୋଟ ୧ କୋଟି ୫୩ ଲକ୍ଷ ୪୯ହଜାର ୬୭ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ତେବେ ଚଢ଼ାଉର ଅବ୍ୟବହିତ ପୁର୍ବରୁ କୈାଣସି ବିଶେଷ ସୂତ୍ରରୁ ଚଢ଼ାଉ ସମ୍ପର୍କରେ ଖବର ପାଇ ବସନ୍ତ ଘରୁ କେଉଁଆଡେ଼ ଫେରାର ହୋଇଯାଇଥିବା ଜଣାପଡ଼ିଛି । ବସନ୍ତଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଭିଜିଲାନ୍ସ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ଅଧିକାରୀ ଓ କିଛି ତଳସ୍ତର କର୍ମଚାରୀ ବସନ୍ତଙ୍କୁ ଚଢ଼ାଉ ସମ୍ପର୍କିତ ଖବର ଦେଇଥିବା ସନେ୍ଦହ କରାଯାଉଛି । ବସନ୍ତଙ୍କ ନାମରେ ବହୁ ଦୁର୍ନିତୀ ଅଭିଯୋଗ ରହିଛି । ବିନା ଲାଞ୍ଚରେ ସେ କିଛି କାର୍ଯ୍ୟ କରନ୍ତି ନାହିଁ । ବିଭିନ୍ନ ଜମିଜମା ସମ୍ପର୍କିତ କାର୍ଯ୍ୟପାଇଁ ସେ ଲୋକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଉକ୍ରୋଚ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ୦୮.୦୭.୧୯୮୩ରେ ସେ ସରକାରୀ କାର୍ଯ୍ୟରେ ଅମିନ ରୁପେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ୩୧.୦୫.୨୦୧୯ରେ ଚାକିରିରୁ ରାଜସ୍ୱ ନିରୀକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗର ଅନୁମୋଦନ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରତିÂାନ ବିଭାଗ ପତ୍ର ସଂଖ୍ୟା ୧୦୯୨ ତା ୧୮.୦୫.୨୦୨୦ ରିଖ କ୍ରମେ ତାଙ୍କୁ ୬ ମାସ ପାଇ ତା ୧୭.୧୧.୨୦୨୦ ରିଖ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟୁଆଲ୍ ପଦବୀରେ ପୁନଃ ନିଯୁକ୍ତି ପ୍ରଦାନ କରାଯାଇଥିଲା । ତେବେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ସମ୍ପର୍କିତ ଅଧିକ ଖବର ମିଳିନାହିଁ ।