ଭିମ୍ସାରେ ରାଗିଂ କରିଥିବା ୧୮ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା

ସମ୍ବଲପୁର: ଭିମ୍ସାରେ ପୁଣି ରାଗିଂ ଅଭିଯୋଗ । ଗୋଟିଏ ବର୍ଷରେ ଆସିଲେଣି ୪ଟି ଅଭିଯୋଗ । କାର୍ଯ୍ୟାନୁଷ୍ଠିନ ହେଉ ନଥିବାବେଳେ ଆଜି ନେସ୍ନାଲ ଆଂଟି ରାଗିଂ ସେଲ୍ରେ ପୁଣି ଗୋଟିଏ ନୂଆ ଅଭିଯୋଗ ଆସିଛି । ନିର୍ଯ୍ୟାତନାର ଶିକାର ହୋଇଥିବା କନିଷ୍ଠ ଛାତ୍ରମାନେ ସୋମବାର ଦିନ ନେସ୍ନାଲ୍ ଆଂଟି ରାଗିଂ ସେଲ୍ରେ ଅଭିଯୋଗ କରିଛନ୍ତି । ଭିମ୍ସାରର ଡିନ୍ ତଥା ଅଧ୍ୟକ୍ଷ ଜୟଶ୍ରୀ ଦୋରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଥିଲା । ପୂର୍ବରୁ ରାଗିଂ ଅଭିଯୋଗରେ ତଦନ୍ତ ରିପୋର୍ଟର ତର୍ଜମା କରାଯାଇଥିଲା । ତର୍ଜମା ପରେ ମେଡିକାଲ୍ କଲେଜ୍ ଛାତ୍ର ସଂସଦ କର୍ମକର୍ତାଙ୍କ ସହିତ ମୋଟ୍ ୧୮ଜଣଙ୍କୁ ୫୪ ହଜାର ଟଙ୍କା ଅର୍ଥଦଣ୍ଡ ଦିଆଯାଇଛି । ଏହି ଅର୍ଥ ଦଣ୍ଡି ତୁରନ୍ତ ପୈଠ କରିବାକୁ ନିଦେ୍ର୍ଧଶ ଦିଆଯିବା ସହିତ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନ କରିବାକୁ ସତର୍କ କରାଇ ଦିଆଯାଇଛି ।
ଏ ସଂକ୍ରାନ୍ତରେ ଭିମ୍ସାର ଡିନ୍ ତଥା ଅଧ୍ୟକ୍ଷ ଡାକ୍ତର ଜୟଶ୍ରୀ ଦୋରାଙ୍କୁ ପଚାରିବାକୁ ଅର୍ଥଦଣ୍ଡ ପାଇଁ ଆଜି ନୋଟିସ୍ ଜାରି କରାଯାଇଛି ବୋଲି କହିଥିବା ବେଳେ ନୂଆ ରାଗିଂ ଘଟଣାକୁ ଅସ୍ୱୀକାର କରିଛନ୍ତି ।

Comments (0)
Add Comment