ନୀଳଗିରି- ବାଲେଶ୍ୱର ଜିଲ୍ଲା ନୀଳିଗିରି ବ୍ଳକ ଅନ୍ତର୍ଗତ ତୋଟାପଡା ଗାଁରେ ଭୋଜି ଖାଇ ୩୫ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ୫ରୁ ଅଧିକ ଶିଶୁ ରହିଛନ୍ତି । କିଛି ଲୋକଙ୍କୁ ନୀଳଗିରି ହସ୍ପିଟାଲୋର ଭର୍ତି କରାଯାଇଥିଲା ଓ ଆଉ କିଛି ଲେକଙ୍କୁ ଅନ୍ୟ ମେଡିକାଳରେ ଭର୍ତି କରାଯାଇଥିଲା । ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତୋଟାପଡା ଗାଁକୁ ଏକ ମେଡିକାଲ ଟିମ ପଠାଇବା ପାଇଁ ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।